Odisha news

କାହିଁକି ତୁଳସୀ ଶୁଖିବ ଅଶୁଭ ବୋଲି କୁହାଯାଏ କଣ ରହିଛି ଏହାର ଧାର୍ମିକ କାରଣ

ହୀନ୍ଦୁ ଧର୍ମରେ କୁହାଯାଏ ଯେ ମା ତୁଳସୀ ହେଉଛନ୍ତି ଆମ ଘରର ରକ୍ଷା କତ୍ରି । ତୁଳସୀ କେବଳ ଧାର୍ମିକ ନୁହେଁ ଔଷଧୀୟ ଗୁଣ ମହତ୍ତ୍ଵ ମଧ୍ୟ ରଖିଥାନ୍ତି । ଏହାର ବ୍ୟବହାର ଔଷଧ ଓ ଘରୋଇ ଉପଚାର ପାଇଁ କରାଯାଏ । ଆମ ହିନ୍ଦୁ ଧର୍ମ ଗ୍ରନ୍ଥରେ ତୁଳସୀଙ୍କୁ ଦେବିର ଅକ୍ଷା ଦିଆଯାଇଛି । ଧାର୍ମିକ। ମାନ୍ୟତା ଅନୁସାରେ ଯେଉଁଠାରେ ତୁଳସୀ ରହିଥାନ୍ତି ସେଠାରେ ବିଧି ବିଧାନ ଭାବରେ ପୂଜା କରାଯାଏ । ମାନ୍ୟତା ରହିଛି ଯେ ଯଦି ଘରକୁ କୌଣସି ଅସୁବିଧା ଆସିବାକୁ ଥାଏ ତେବେ ମା ବୃନ୍ଦାବତୀ ସେହି ବିପଦରୁ ରକ୍ଷା କରନ୍ତି ।
* ତୁଳସୀଙ୍କ ମୂଳରେ ଭଗଵାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ । ମାନ୍ୟତା ରହିଛି ଯେ ପ୍ରତିଦିନ ତୁଳସୀ ମୂଳରେ ଜଳ ଦେବା ଦ୍ବାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
* ବସ୍ତୁ ଶାସ୍ତ୍ରରେ ତୁଳସୀର ଅନେକ ମହତ୍ତ୍ଵ ରହିଛି । ତୁଳସୀ ଘରର ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତି ପ୍ରଦାନ କରି ଥାଆନ୍ତି । ତୁଳସୀ ଗଛ ଅନେକ ଯତ୍ନ ଦ୍ବାରା ରଖାଯାଇ ଥାଏ ।
* ଯଦି ଘରେ ତୁଳସୀ ଗଛ ଶୁଖିଯାଏ ତେବେ ଏହାକୁ ସହଜରେ ଗ୍ରହଣ କରିବା ଉଚିତ୍ ନୁହେଁ ।ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ ।
* ତୁଳସୀ ଗଛ ଶୁଖିବା ଦ୍ବାରା ଘରର ମୂରବୀ ଅସୁସ୍ଥ ହେବା ସହିତ ଋଣ ଭାରରେ ଗ୍ରସିତ ହୋଇଥାନ୍ତି । ତା ସହିତ ଘରକୁ ନକାରାତ୍ମକ ଶକ୍ତି ମାଡିଆସି ଥାଏ ।
* ତୁଳସୀ ଗଛ ଶୁଖିଲା ଭବିଷ୍ୟତରେ ଆଗକୁ ବିପଦ ଆସୁଛି ବୋଲି ଦର୍ଶାଇ ଥାଏ ଏବଂ ଆମ ଭବିଷ୍ୟତ ପାଇଁ ଆମକୁ ସତର୍କ କରିଥାଏ ।
 * ଯଦି ତୁଳସୀ ଗଛ ଅଚାନକ ଭାବରେ ଶୁଖିଯାଏ ତେବେ ଜାଣିବେ ଯେ ସନ୍ତାନ ମାନଙ୍କ ଭବିଷ୍ୟତ ପାଇଁ କିଛି ଅସୁବିଧା ରହିଛି। ତେଣୁ ସେଥିପ୍ରତି ସତର୍କ ରହିବେ ।
ତୁଳସୀ ଗଛରେ ପ୍ରତେକ ଦିନ ଜଳ ଦେବେ ଯେତିକି ଆବଶ୍ୟକତା ରହିଛି ସେତିକି ଦେବେ ।ରବିବାର ଓ ଏକାଦଶୀ ଦିନ ତୁଳସୀ ପତ୍ର ଛିଡ଼ାଇବା ଆବଶ୍ୟକ ନୁହେଁ । ମାନ୍ୟତା ରହିଛି ଯେ ଏହି ଦିନ ତୁଳସୀ ଭଗବାନଙ୍କ ପାଇଁ ଉପବାସ ରଖନ୍ତି ।

Comments are closed.