Odisha news

୧୫୦ ବୋତଲ କଫ ସିରଫ ଜବତ,ଜଣେ ଯୁବକ ଗିରଫ୍

ନୂଆପଡା ୭/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ସିନାପାଲି ଅବକାରୀ ବିଭାଗର ଏକ ଦଳ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ପାଖରୁ ୧୫୦ ବୋତଲ କଫ ସିରଫ ଜବତ କରିଛି ଓ ଯୁବକକୁ ଗିରଫ କରିଛି। ଗିରଫ ଯୁବକକୁ କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି। ଗିରଫ ଯୁବକ ଜଣକ କୋମନା ର ଗିତାକୃଷ୍ଣ ସରାଫ ( ୩୪ )ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ଆଜି ସକାଳୁ ସିନାପାଲି ଅବକାରୀ ବିଭାଗର ଉପ ନିରୀକ୍ଷକ ଗଦାଧର ମହାରଣା ଙ୍କ ନେତୃତ୍ୱରେ ଏକ ଦଳ ପାଟ୍ରୋଲିଂ କରୁଥିବା ବେଳେ ଖଡିଆଳ-ବୋଡେନ ରାସ୍ତା ର ପଲସଦା ଛକ ଠାରେ ଗୀତାକୃଷ୍ଣ ଏକ ବସ୍ତା ଧରି ଛିଡା ହୋଇଥିଲେ। ତାଙ୍କ ଉପରେ ସନ୍ଦେହ ହେବାରୁ ପାଟ୍ରୋଲିଂ ଦଳ ପଚରା ଉଚରା କରିଥିଲେ । ପରେ ବସ୍ତା ଭିତରୁ ୧୫୦ ଗୋଟି ଛୋଟ ଛୋଟ ବୋତଲ ଏସକଫ୍ ନାମକ କଫ୍ ସିରଫ ବାହାରିଥିଲା । ଏ ନେଇ ସିନାପାଲି ଅବକାରୀ ବିଭାଗ ତରଫରୁ ଗୀତାକୃଷ୍ଣ ଙ୍କ ନାମରେ ୪୭/୨୦୨୧-୨୨ ରେ ଏକ ମାମଲା ରୁଜୁକରି ଗିରଫ କରିବା ସହ କୋର୍ଟ ଚାଲଣ କରିଥିବା ସୁଚନା ଦେଇଛନ୍ତି ସିନାପାଲି ଅବକାରୀ ବିଭାଗ ଏସ ଆଇ ଗଦାଧର ମହାରଣା। କଫ ସିରଫ ଜବତ ତଥା ଗିରଫଦାରୀ ସମୟରେ ଏ ଏସ ଆଇ ଶିବ ଦୁରିଆ, ସରୋଜ କଟା, କନେଷ୍ଟେବଳ ପୁରୋହିତ ବନଛୋର, କ୍ଷେତ୍ରମଣି ବାଗ, ଦୀପାଞ୍ଜଳି ତିୱାରୀ, ରିତାଞ୍ଜଳୀ ଶବର ପ୍ରମୁଖ ସାମିଲ ଥିଲେ। ଅନେକ ଦିନ ହେଲା ଜିଲ୍ଲାରେ କୋରେକ୍ସ କାରବାର ବନ୍ଦ ରହିଥିବା ବେଳେ ପୂଣି ଥରେ କୋରେକ୍ସ ବେପାରି ସକ୍ରିୟ ରହିଥିବା ଜଣା ପଡିଛି ।

Shares