Odisha news

ମୁମ୍ବାଇର ଟ୍ରକ୍ ଡ୍ରାଇଭର ଓଡିଶାରେ କରୋନା ପଜିଟିଭ୍

0

ଭୁବନେଶ୍ୱର : ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ମୁମ୍ବାଇର । ପଜିଟିଭ୍ ଜଣକ ୪୨ ବର୍ଷୀୟ ପୁରୁଷ । ସେ ମୁମ୍ବାଇର ଟ୍ରକ୍ ଡ୍ରାଇଭର । ଓଡିଶା ଆସିଥିବା ବେଳେ ଏକ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିଲେ । ତାଙ୍କୁ ଭୁବନେଶ୍ୱର ଏମସ୍ ରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହି ମାମଲା ଓଡିଶା ନୁହେଁ ମହାରାଷ୍ଟ୍ର ରାଜ୍ୟରେ ଗଣାଯିବ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସ୍ପଷ୍ଟୀକରଣ ଦିଆଯାଇଛି ।

Leave A Reply