ବାଲେଶ୍ୱର-୦୯/୦୮ : ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଆଜି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ବାଲେଶ୍ୱର ସଦର ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶହ ଶହ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ । ଏହି ବାଇକ ରାଲି ସହରର ଗାନ୍ଧୀସ୍ମୃତି ଭବନ ଠାରୁ ଆରମ୍ଭ ହୋଇଥିଲା । ପରେ ଏହି ଶୋଭାଯାତ୍ରା ପୋଲିସ ଲାଇନ ଛକ, ପଢୁଆପଦା ଛକ, କଲେଜ ରୋଡ, ସିନେମା ଛକ, ଥାନା ଛକ ଦେଇ ବାରବାଟୀ ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ବାଘାଯତୀନ ପୀଠରେ ସମାପ୍ତ ହୋଇଥିଲା । ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରିଛି । ହର ଘର ତ୍ରିରଙ୍ଗା ଅଭିଯାନ ସମସ୍ତ ମହାପୁରୁଷଙ୍କ ପ୍ରତି ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳି ଯେଉଁମାନେ ଦେଶ ମାତୃକାର ସେବା ପାଇଁ ନିଜର ସର୍ବସ୍ୱ ଅର୍ପଣ କରିଛନ୍ତି । ୧୩ ରୁ ୧୫ ଅଗଷ୍ଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ଦେଶରେ ୨୦ କୋଟିରୁ ଉଦ୍ଧ୍ୱର୍ ପରିବାରଙ୍କର ଘର ଉପରେ ଜାତୀୟ ପତାକା ଉଡାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରେ ବାଘାଯତୀନ ପୀଠରେ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଘାଯତୀନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୁଜିତ ଦେବ, କାଉନସିଲର ରୋଜାଲିନ ପାଣି ଓ ସସ୍ମିତା ନାଥ, ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ପ୍ରବୀର ଶଙ୍କର ଦାଶ, ଲକ୍ଷ୍ମୀଧର ବେହେରା, ଉମେଶ ବେହେରା, ଶୈଳେନ୍ଦ୍ର ପ୍ରସାଦ ନନ୍ଦ, ବଳରାମ ପାତ୍ର, ସର୍ବେଶ୍ୱର ପାତ୍ର, ବିକାଶ ପାଢୀ, ରାଜେନ୍ଦ୍ର ଚାଟାର୍ଜୀ, ଅରୁପ ଜେନା, ବିଜୟ ପୃଷ୍ଟି, ପବନ କମିଳା, ନିତିନ ଦାସ, ମନ୍ମୟ ଦାସ, ମୁନା ମହନ୍ତ, ଦୁର୍ଗା ପ୍ରଧାନ, ସୌଭାଗ୍ୟମାନସ ନାୟକ, ଚିତ୍ତରଂଜନ ଦତ୍ତ, ଅନନ୍ତ ଚାନ୍ଦ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାସ, ସୁସ୍ମିତା ଶୁକ୍ଳା, ସୁସ୍ମିତା ପଣ୍ଡା, ସସ୍ମିତା ଦାଶ, ମଧୁଶ୍ରୀ ପଣ୍ଡା, ଝରଣା ଦାସ, ମନ୍ମଥ ପାତ୍ର, ଦିଲ୍ଲୀପ ମାଝୀ, କୌସିକ ଚାନ୍ଦ, ହୃଷିକେଶ ପାତ୍ର, ମାନସ ସାହୁ, ଜୀବନ ପାଣି, ଅନିମେଶ ଦେ, ଗଣେଶ ସେନ, ପ୍ରଶାନ୍ତ ପରିଡା, ଶିବ ପ୍ରଧାନ, ଅଶୋକ ଦାସ, ରାଜୁ ହେମ୍ବ୍ରମ, ପ୍ରହଲ୍ଲାଦ ଦାସ, ଅନିଲ ମହାନ୍ତି, ଅଭିରାମ ଅଧିକାରୀ, ସେଖ ମିରାଜ, ଶକ୍ତିଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ