Odisha news

ତ୍ରିଫଳା ଖାଇବା ଦ୍ୱାରା ଶୀଘ୍ର ହ୍ରାସ ହୋଇଥାଏ ପେଟର ଚର୍ବି ,ଜାଣନ୍ତୁ କିପରି କରିବେ ସେବନ

ନୂଆଦିଲ୍ଲୀ : ଆଜିକାଲି ପ୍ରାୟ ସମସ୍ତେ ନିଜର ଓଜନ ହ୍ରାସ କରିବା ପାଇଁ ପ୍ରାୟତଃ ଲାଗି ପଡିଛନ୍ତି l ବିଶେଷ ଭାବରେ ପେଟର ଚର୍ବି କମାଇବା ସବୁଠୁ ଜରୁରୀ ଅଟେ l ସେଥିପାଇଁ କଠୋର ପରିଶ୍ରମ କରିବାକୁ ପଡିଥାଏ l କିନ୍ତୁ ଏଠାରେ ଆମେ ଆପଣଙ୍କୁ ଗୋଟିଏ ସରଳ ଉପାୟ କହୁଚୁ  ଯାହାଦ୍ୱାରା ଆପଣ ଖୁବ ସହଜରେ ଓଜନ ହ୍ରାସ କରିପାରିବେ l

* ନିଜର ଖାଦ୍ୟକୁ ଭଲରେ ଚୋବାଇ ଖାଆନ୍ତୁ –
ଆପଣ ଜାଣିଥିବେ ଯେ ପାଟିର ଲାଳ ଯଦି ଖାଦ୍ୟ ସହିତ ମିଶିଥାଏ ତେବେ ପାଚନ କରିବା ସହଜ ହୋଇଥାଏ l ସେଥିପାଇଁ ଭୋଜନକୁ ଭଲରେ ଚୋବାଇ ଖାଇବା ଆବଶ୍ୟକ l ଏହି ଲାଲ ଖାଦ୍ୟକୁ ଠିକ ଭାବରେ ଚୋବାଇ ଖାଇଲେ ଲାଳରେ ମିଶି ଖାଦ୍ୟ ହଜମ କରିଥାଏ ଓ ଓଜନ ବଢ଼ିବାରେ ବାଧକ ସାଜିଥାଏ l

* ତ୍ରିଫଳା ସେବନ –
ତ୍ରିଫଳା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଓ ପଚାନା ତନ୍ତ୍ରକୁ ମଧ୍ୟ ମଜବୁତ କରିଥାଏ l ପେଟର ମେଦ ହ୍ରାସ ପାଇଁ ତ୍ରିଫଳା ଚୁର୍ଣ ଖୁବ ହିତକର l ଏହା ପଚନ ଶକ୍ତି ବୃଦ୍ଧି କରିବା ସହିତ ପେଟର ଚର୍ବି ହ୍ରାସ କରିଥାଏ l ତେଣୁ ଏହାକୁ ନିୟମିତ ସକାଳୁ ସେବନ କରନ୍ତୁ l

* ଉଷୁମପାଣି –
ଯେତେବେଳେ ଆପଣଙ୍କୁ ଶୋଷ ଲାଗୁଚି ଆପଣ ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ l ଏହା ଏଥିପାଇଁ କାରଣ ଉଷୁମ ପାଣି ମେଟାବୋଲିଯିମ କୁ ଆକ୍ଟିଭେଟ କରିଥାଏ ଓ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ଚର୍ବି ହ୍ରାସ ହେବା ସହ ଶରୀର ହାଇଡ୍ରେଟ ହୋଇଥାଏ l

* ମେଥି ପାଣି –
ପେଟର ଚର୍ବି ହ୍ରାସ କରିବା ପାଇଁ ସବୁଦିନ ସକାଳୁ ଭଜା ମେଥିଗୁଣ୍ଡ ଖାଲି ପେଟରେ ସେବନ କରିବା ଆବଶ୍ୟକ l ନଚେତ ରାତିରେ ମେଥିକୁ ପାଣିରେ ବତୁରାଈ ସକାଳୁ ଖାଲି ପେଟରେ ପିଅନ୍ତୁ l ଏହାଦ୍ୱାରା ପେଟର ଚର୍ବି ହ୍ରାସ ହେବ l

Comments are closed.