Odisha news

ଟ୍ରାଭେଲ୍ ଏଜେନ୍ସି ମାଲିକଙ୍କୁ ଆକ୍ରମଣ: ଚାରି ଆକ୍ରମଣ

0

ଭୁବନେଶ୍ୱର,(ନି.ପ୍ର): ଟ୍ରାଭେଲ୍ ଏଜେନ୍ସି ମାଲିକଙ୍କ ପୁଅଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ସୋମବାର ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ବୁଦ୍ଧିଆ ଓରଫ୍ ଅଜିତ୍ ପୁହାନ୍(୩୦), ବୋମିଖାଲର ରିଙ୍କୁ ଓରଫ୍ ରାଜେଶ ସାହୁ(୩୦), ମଣ୍ଟୁ ଓରଫ୍ ଅଶୋକ କୁମାର ସାହୁ(୩୧) ଓ ଜାଆଁଳାର ବିଶ୍ୱଜିତ୍ ସ୍ୱାଇଁ(୪୩) । ସମସ୍ତ ଅଭିଯୁକ୍ତଙ୍କ ଜାମିନ୍ ନାମଞ୍ଜୁର ହୋଇଟିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ପୋଲିସ ସୂଚନାନୁସାରେ, ଅଭିଯୋଗକାରୀଙ୍କର ବମିଖାଲ ଅଞ୍ଚଳରେ ପ୍ଲଟ୍ ନମ୍ୱର ୯୬ରେ ‘ଅର୍ବିଟ ଟ୍ରାଭେଲ୍ସ’ ନାମରେ ଗୋଟିଏ ଟ୍ରାଭେଲ୍ ଏଜେନ୍ସି ଅଛି । ଗତ ୭ ତାରିଖ ରାତି ପ୍ରାୟ ଘ ୧୦.୪୦ମି ସମୟରେ ସେ ଟ୍ରାଭେଲ୍ସରେ ବ୍ୟବହୃତ ଗାଡିମାନଙ୍କର ଜିପିଏସ୍ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ ଯେ, ତାଙ୍କର ଜଣେ ଡ୍ରାଇଭର ବିଶ୍ୱଜିତ୍ ସ୍ୱାଇଁ ଏଜେନ୍ସିରୁ କୌଣସି ଭଡା ନ ଥାଇ ଏକ ଇନୋଭା କାର୍ ନେଇ ଆରବି ପ୍ୟାଲେସ୍ ପାଖରେ ପାର୍କ କରିଛନ୍ତି । ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେହି ସ୍ଥାନରେ କାର ପାର୍କ ହୋଇଥିବାରୁ ଅଭିଯୋଗକାରୀ ଓ ତାଙ୍କ ପୁତ୍ର ସେହି ସ୍ଥାନକୁ ଯାଇ ପହଞ୍ଚି ବିଶ୍ୱଜିତଙ୍କ ସହ ଅଜିତ ପୁହାଣଙ୍କୁ ଦେଖିଥିଲେ ଓ ବିଶ୍ୱଜିତଙ୍କୁ ଗାଡି ଅଟକେଇବାର କାରଣ ପଚରାଉଚୁରା କରିବା ସମୟରେ ପାଟିତୁଣ୍ଡ ହେବାରୁ ଅଭିଯୋଗକାରୀ ଓ ତାଙ୍କ ପୁତ୍ର ଟ୍ରାଭେଲ ଏଜେନ୍ସିକୁ ଫେରି ଆସିଥିଲେ । କିଛି ସମୟ ପରେ ସମସ୍ତ ଅଭିଯୁକ୍ତମାନେ ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହିତ ଟ୍ରାଭେଲ ଏଜେନ୍ସିକୁ ହଠାତ୍ ଧସେଇ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅଭିଯୋଗକାରୀଙ୍କ ପୁତ୍ରଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ଏଜେନ୍ସିର ଅନ୍ୟ କର୍ମଚାରୀମାନେ ବିରୋଧ କରିବାରୁ ଅଭିଯୁକ୍ତମାନେ ସମସ୍ତଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ସେହି ସ୍ଥାନ ଛାଡି ପଳାଇଥିଲେ । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ଏବେ ପର୍ଯ୍ୟନ୍ତ ସେ ସେଠାରେ ଚିକିତ୍ସାଧିନ ଅଛନ୍ତି । ଏ ନେଇ ଗତ ୮ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗକରାଯିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତମାନେ ଭୁବନେଶ୍ୱରରୁ ସିକିମକୁ ଟ୍ରେନ ଯୋଗେ ଯିବାପାଇଁ ଉଦ୍ୟମ କରୁଥିବାବେଳେ ଜିଆରପି ପୋଲିସ ସହାୟତାରେ ସେମାନଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରୁ କାବୁ କରିଥିଲେ । ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Ad2
Leave A Reply