Odisha news

ବଜ୍ରପାତରେ ଟ୍ରାନ୍‌ସଫରମର ଜଳିଗଲା

0

ସାଲେପୁର : ଆଜି ସନ୍ଧ୍ୟାରେ ବଜ୍ରପାତ ଘଟି ଏକ ଟ୍ରାନ୍‌ସଫରମର ହୁ ହୁ ହୋଇ ଜଳିଗଲା । ଏହି ଟ୍ରାନ୍‌ସଫରମର ଜଳିବା ବେଳେ ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଥିଲେ । ପ୍ରକାଶ ଯେ ଆଜି ଅପରାହ୍ଣରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ସାଲେପୁର ବ୍ଲକ୍‌ର ପୁରଣ ଗ୍ରାମରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍‌ସଫରମର ହୁ ହୁ ହୋଇ ଜଳିବା ସହ ପ୍ରଚଣ୍ଡ ଶବ୍ଦ କରି ଫାଟି ଯାଇଥିଲା । ଏହି ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ କିଛି ସମୟ ପାଇଁ ଲୋକମାନେ ଭୟଭୀତ ହୋଇପଡିଥିଲେ । ଏହି ବଜ୍ରପାତରେ ଏହି ଟ୍ରାନ୍‌ସଫରମରକୁ ଛାଡିଦେଲେ ଅନ୍ୟ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି ।

Leave A Reply