Odisha news

ଆସନ୍ତାକାଲିଠୁ ୩ ଟ୍ରେନ୍ ବାତିଲ୍

0

ଭୁବନେଶ୍ୱର,୨୬/୨ : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ୩ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବାବେଳେ ୨ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ୫୮୩୦୩/୫୮୩୦୪ ସମ୍ବଲପୁର-ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର ସମ୍ବଲପୁର ଠାରୁ ଫେବୃୟାରୀ ୨୭ ତାରିଖ ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଜୁନାଗଡ଼ ରୋଡ଼ ଠାରୁ ଫେବୃୟାରୀ ୨୮ ତାରିଖ ଠାରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରୁ ବାତିଲ ରହିବ । ସେହିପରି ୫୮୪୦୫/୫୮୪୦୬ କଟକ-ପାରାଦୀପ-କଟକ ପାସେଞ୍ଜର ଉଭୟ ପାଶ୍ୱର୍ରୁ ଫେବୃୟାରୀ ୨୭ ତାରିଖ ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ । ୬୮୪୩୭/୬୮୪୩୮ ଭଦ୍ରକ-କଟକ-ଭଦ୍ରକ ମେମୁ ଉଭୟ ପାଶ୍ୱର୍ରୁ ଫେବୃୟାରୀ ୨୭ ତାରିଖ ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ । ୫୮୫୨୯/୫୮୫୩୦ ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ଉଭୟ ପାଶ୍ୱର୍ରୁ ଫେବୃୟାରୀ ମାସ ୨୮ ତାରିଖ ଠାରୁ ଏପ୍ରିଲ ମାସ ୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ । ଅନ୍ୟପକ୍ଷରେ ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଂଟର ସିଟି ଏକ୍ସପ୍ରେସ ଉଭୟ ସମ୍ବଲପୁର ଓ ରାୟଗଡା ଠାରୁ ଫେବୃୟାରୀ ୨୯ ତାରିଖ ଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ଉଭୟ ପାଶ୍ୱର୍ରୁ ବାତିଲ ରହିବ । ୫୮୨୦୭/୫୮୨୦୮ ରାଇପୁର-ଜୁନାଗଡ଼ ରୋଡ଼-ରାଇପୁର ପାସେଞ୍ଜର ରାଇପୁର ଠାରୁ ଫେବୃୟାରୀ ୨୯ ତାରିଖ ଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଏବଂ ଜୁନାଗଡ଼ ରୋଡ଼ ଠାରୁ ମାର୍ଚ୍ଚ ପହିଲା ଠାରୁ ୩ ତାରିଖ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରୁ ଟିଟିଲାଗଡ଼ ଓ ଜୁନାଗଡ଼ ରୋଡ଼ ମଧ୍ୟରେ ବାତିଲ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply