Odisha news

ଟ୍ରେନରେ ବଗି ବଢ଼ାଇବା ଦାବିରେ  ତାପଙ୍ଗ ଷ୍ଟେସନ ରେ ଟ୍ରେନ ଅଟକ

0
ନିରାକାର ପୁର,୨୯/୧୧- ଟ୍ରେନ ଅଟକାଇ ଟ୍ରେନ ଆଗରେ ଧାରଣା ଦେଲେ ଯାତ୍ରୀ। ଖୋର୍ଦ୍ଧା ରୋଡ଼ ଷ୍ଟେସନ ନିକଟ ତାପଙ୍ଗ ଷ୍ଟେସନ ରେ ଘଟିଛି ଏପରି ଅଭାବନୀୟ ଘଟଣା। ତାପଙ୍ଗ ଷ୍ଟେସନ ରେ ପଲାସା-କଟକ ଟ୍ରେନ କୁ ଅଟକାଇଲେ ଯାତ୍ରୀ, ଟ୍ରେନ ଆଗରେ ଠିଆହୋଇ କଲେ ପ୍ରତିବାଦ।, ଟ୍ରେନ ରେ ଅଧିକା ବଗି ଲଗାଇବା ପାଇଁ କଲେ ପ୍ରତିବାଦ, ପ୍ରାୟ ୧ ଘଣ୍ଟା ସମୟ ଧରି ଅଟକିଲା ଟ୍ରେନ। ନିୟମିତ ଭାବେରେ ବିଭିନ୍ନ କାମରେ ଭୁବନେଶ୍ୱର କୁ ଯାତ୍ରା କରୁଛନ୍ତି ଏହି ଅଂଚଳ ର ଯାତ୍ରୀ, ଅନେକ ସରକାରୀ ଆଉ ବେସରକାରୀ ଚାକିରିଆ ବି ନିର୍ଭର କରନ୍ତି ଏହି ପଲାସା – କଟକ ଟ୍ରେନ ଉପରେ। ତେବେ ଏହି ଟ୍ରେନ ଟିରେ ବଗି କମ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ। ଟ୍ରେନ ରେ ଅଧିକା ବଗି ଲଗାଇବା ଦାବି ରେ ଆଜି ତାପଙ୍ଗ ଷ୍ଟେସନ ଠାରେ ପ୍ରତିବାଦ କରିଛନ୍ତି ଯାତ୍ରୀ।  ଶୁଣାଯାଉଛି ଖବର ପାଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ୩ ମାସ ମଧ୍ୟରେ ଏହି ଟ୍ରେନର ଯାତ୍ରୀ ସଂଖ୍ୟା ଓ ଟିକେଟ ବିକ୍ରିକୁ ଅନୁଧ୍ୟାନ କରି ରେଳ ବୋର୍ଡ ମିଟିଂ ରେ ବିଚାର କରାଯାଇ ଯାହା ବ୍ୟବସ୍ଥା କରାଯିବ ।
Nalco
Leave A Reply