ଆଠଗଡ ତା ୩/୬/୨୩ ଶନିବାର ବାଲେଶ୍ଵର ବାହାନଗା ଟ୍ରେନ ଟ୍ରାଜେଡି ଘଟଣା ଟି ସାରା ବିଶ୍ବ ବାସୀ ଙ୍କୁ ସ୍ତମ୍ଭିଭୂତ କରିଦେଇଛି। ଏହି ଦୁର୍ଘଟଣା ରେ ଶହ ଶହ ଲୋକଙ୍କ ଜୀବନ ନେଇଛି ଯାହାକି ଅନେକ ପରିବାର ସର୍ବଶାନ୍ତ ହୋଇଜାଇଛନ୍ତି। ସାରା ବିଶ୍ବବାସୀ ଏହି ଟ୍ରେନ ଦୁର୍ଘଟଣା କୁ ନେଇ ଚିନ୍ତିତ। ବିଶ୍ଵର ସବୁ ଆଡୁ ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ମୃତକ ଙ୍କ ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଥିବା ବେଳେ, କଟକ ଜିଲ୍ଲା ଆଠଗଡ଼ ବିଜେପି ନେତା ଅଭୟ ବାରିକ, ଏବଂ ସରୋଜ ଦାସ ଙ୍କ ନେତୃତ୍ବରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୂ ଶତାଧିକ ବିଜେପି କର୍ମୀ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ରଘୁନାଥ ମନ୍ଦିର ରେ ସମୂହ ଦୀପ ପ୍ରଦାନ କରି ମୃତକ ଙ୍କ ପରିବାର କୁ ଧର୍ଯ୍ୟ ପ୍ରଦାନ କରିବାକୁ ସମୂହ ରଘୁନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।