କେନ୍ଦ୍ରାପଡା : ହରିଦାସପୁର- ପାରାଦୀପ ରେଳପଥ ସଂପୂର୍ଣ୍ଣ ହେବାକୁ ପ୍ରାୟ ୨୪ ବର୍ଷ ଲାଗିଗଲା । ବହୁ ଲୋକଙ୍କର ଆଶା ଆକାଂକ୍ଷା ବହୁଦିନ ପରେ ପୁରଣ ହେବାକୁ ଯାଉଥିବାବେଳେ ଆଜି ଏକ ଅଭାବନୀୟ ଘଟଣା କ୍ରମରେ ରେଳ ଚଳାଇବାକୁ ଦାବି କରି ରେଳରୋକ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାସୀମା ଭିତରେ ମାଲ୍ବାହୀ ଟ୍ରେନ୍ ପଶୁ ପଶୁ ସ୍ଥାନୀୟ ଲୋକେ ବ୍ୟାନର, ପ୍ଲାକାର୍ଡ ଧରି ନାରାଦେଇ ରେଳ ଲାଇନ୍ ଉପରେ ଜମାହୋଇ ରେଳଗାଡିକୁ ଅଟକାଇ ଦେଇଥିଲେ । ଶୁକ୍ରବାର ପ୍ରାୟ ୧୨ଟା ସମୟରେ ମହାକାଳପଡା ନିର୍ବାଚନ ମଣ୍ଡଳୀ ଅଧିନ ତଥା ମାର୍ଶାଘାଇର ନୂଆଗାଁ ଷ୍ଟେସନଠାରେ ଶତାଧିକ ବ୍ୟକ୍ତି ରେଳଲାଇନ୍ ଉପରକୁ ଧସେଇ ଆସି ଟ୍ରାକ୍ ଉପରେ ବସି ରହିଥିଲେ । ଫଳରେ ପାରାଦୀପରୁ ପ୍ରଥମକରି ଶୁଭାରମ୍ଭ କରିଥିବା ୫୮ ୱାଗନ ବିଶିଷ୍ଟ କୋଇଲା ଭର୍ତି ମାଲ୍ବାହି ଗାଡିଟି ଅଟକି ରହିଥିଲା । ଆଜି ସକାଳେ ରେଳ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମକରି ମାଲ୍ ବୋଝେଇ ରେଳଗାଡି ପରୀକ୍ଷା ମୂଳକ ଭାବେ ଚଳାଚଳ ଆରମ୍ଭ କରିଥିଲା । ପାରାଦୀପରୁ ହରିଦାସପୁର ଓ ସେଠାରୁ ରାଉରକେଲା ଅଭିମୁଖେ ଏହି ମାଲ୍ବାହି ଗାଡି ଯାତ୍ରା କରିଥାନ୍ତା ।
ମାତ୍ର ନୂଆଗାଁଠାରେ ଗାଡିଟିକୁ ଅଟକାଯିବା ଫଳରେ ସେଥିରେ ରାଜନୈତିକ ଗନ୍ଧ ଥିବା ଆଲୋଚନା ଜୋର୍ ଧରିଛି । ରେଳ ବିଭାଗର ନିୟମ ମୁତାବକ ନୂଆ ରେଲ୍ ଲାଇନ୍ କାର୍ଯ୍ୟକ୍ଷେମ ହେବାପରେ ଟ୍ରାକରେ ଇଞ୍ଜିନ୍ ପରୀକ୍ଷାମୂଳକ ଭାବେ ଚାଲିଥାଏ । ପୁଣି କିଛି ଦିନ ବ୍ୟବଧାନରେ ଖାଲିଗାଡି ଓ ପରେ ମାଲ୍ବାହୀ ଗାଡି ଚଳାଇ ଟ୍ରାକର କ୍ଷମତା, ବିଦ୍ୟୁତ୍ ସଂଯୋଗ, ବୈଷୟିକ ବ୍ୟବସ୍ଥା ଓ ସାମଗ୍ରୀକ ନିରାପତାକୁ ପରୀକ୍ଷା କରାଯାଇ ସର୍ବଶେଷରେ ଯାତ୍ରୀବାହୀ ରେଳ ଚଳାଯାଇଥାଏ । ମାତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଇବା ଦାବୀରେ ସ୍ଥାନୀୟ ଲୋକେ ଏବଂ ଜନପ୍ରତିନିଧି ରେଳ ରୋକ କରି ଆନେ୍ଦାଳନ ଚଳାଇ ଯାତ୍ରୀବାହୀ ଟ୍ରେନ ଚଳାଇବାକୁ ଜିଦି ଧରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଚିଠି ଲେଖି ଶିଘ୍ରାତିଶିଘ୍ର ଯାତ୍ରିବାହୀ ଟ୍ରେନ୍ ଚଳାଇବାକୁ ଦାବି କରିବାପରେ ଏବେ ବିଭିନ୍ନ ରାଜନୈତିକ ଦଳପକ୍ଷରୁ ଉତ୍ସାହ ବହୁଗୁଣୀତ ହୋଇଯାଇଛି । ଯାତ୍ରୀବାହୀ ଟ୍ରେନ୍ ଚଳାଇବା ଦାବିରେ ବିଜେଡି ଓ ବିଜେପି କେନ୍ଦ୍ରରେଳମନ୍ତ୍ରୀଙ୍କୁ ଚିଠି ଲେଖି ଦାବିକୁ ଜୋରଦାର କରୁଥିବାବେଳେ ନୂଆଗାଁଠାରେ ରେଳ ଅଟକାଯିବା ଘଟଣା ପଛରେ ରାଜନୀତି ରହିଥିବା ଅନେକ ନିରପେକ୍ଷ ଲୋକ ମତ ଦେଇଛନ୍ତି । ତେବେ ରିପୋର୍ଟ ଲେଖାହେଲା ବେଳକୁ ସ୍ଥାନୀୟ ଲୋକେ ଆନେ୍ଦାଳନ ଅବ୍ୟାହତ ରଖିଛନ୍ତି ଓ ନୂଆ ଗାଁ ଷ୍ଟେସନରେ ମାଲ୍ଗାଡି ଅଟକି ରହିଥିବା ସୂଚନା ମିଳିଛ