ଢ଼େଙ୍କିକୋଟ ତା ୩. ୫ : ପାଟଣାବ୍ଲକ ଘଟଗାଁଥାନା ଅନ୍ତର୍ଗତ ହାତୀନୋଟା ଗ୍ରାମ ନିକଟରେ ଆଜି ଏକ ଟ୍ରାକ୍ଟର ବାଇକ ଆରୋହୀକୁ ଧକ୍କାଦେବାରୁ ଘଟଣା ସ୍ତଳରେ ବାଇକ ଆରୋହୀ ଜଣକର ମୃତ୍ୟୁ ହୋଇଯାଇଛି l ତେବେ ବାଇକ ଆରୋହୀ ଜଣକର ଘର ପାଟଣାବ୍ଲକ ର ପୁଟୁଳିଆ ଗ୍ରାମରେ. ମୃତକ ଜଣକର ନାମ ବିଜୟ ମହାନ୍ତ l ସେ ତlଙ୍କର ବାଇକ ଯୋଗେ ବନ୍ଧୁ ଘରକୁ ଯାଇଥିଲେ l ଖବରପାଇ ପୁଲିସ୍ ଘଟଣାସ୍ତଳରେ ପହଂଚି ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋସ୍ଟ ମୋଟମ କରାଇଛନ୍ତି l