ଆମେରିକା ରାଷ୍ଟ୍ରପତି ନିଜକୁ କହିଲେ ଭଗବାନ , ଅନ୍ତରାଷ୍ଟ୍ରୀୟ ନିୟମକୁ ଟ୍ରମ୍ପ କଲେ ବେଖାତିର, କହିଲେ ମୁଁ ହେଉଛି ଶକ୍ତିଶାଳୀ ଓ ଯାହା ଚାହିଁବି କରିବି, ମୁଁ ଅନ୍ତରାଷ୍ଟ୍ରୀୟ ନିୟମକୁ କିପରି ମର୍ଯ୍ୟାଦା ଦେବୀ ତାହା ମୋ ଉପରେ ନିର୍ଭର କରେ l
ଭେନେଜୁଏଲା ର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଙ୍କୁ ତାଙ୍କ ପତ୍ନୀଙ୍କ ସହିତ ଅଧରାତିରେ ଉଠାଇନେବା, ଏବଂ ଗରୀନ୍ଲ୍ୟାଣ୍ଡ କୁ କବ୍ଜା କରିବାର ଧମକ ଦେବା, ଇରାନ ଶାସନ ରେ ବାରମ୍ବାର ହସ୍ତେଖେପ କରିବା ମେକ୍ସିକୋ ଓ କଲମ୍ବିଆ କୁ ଡ଼ରାଇବା ଭଳି କାର୍ଯ୍ୟରେ ବର୍ତମାନ ବ୍ୟସ୍ତ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ l ଟ୍ରମ୍ପ ଦ୍ଵିତୀୟଥର ରାଷ୍ଟ୍ରପତି ହେବା ପରେ ସାରା ବିଶ୍ୱକୁ ନିଜ ହାତ ମୁଠାରେ ରଖିବାକୁ ଚାହୁଁଛନ୍ତି, ଏବଂ ସେ ସିଧା ସଳଖ ସିଗ୍ନାଲ ଦେଇଛନ୍ତି ଯେ ‘ମୁଁ ନିଜେ ହିଁ ଭଗବାନ ‘ ଲ
ଅନ୍ତରାଷ୍ଟ୍ରୀୟ ନିୟମ କୁ ବେଖାତିର କରି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭେନେଜୁଇଲା ରାଷ୍ଟ୍ରପତି ଙ୍କୁ ରାତି ଅଧିଆ ଉଠାଇ ନେଇ କହିଛନ୍ତି ଯେ ମୁଁ ଅନ୍ତରାଷ୍ଟ୍ରୀୟ ନିୟମ କୁ ମାନୁନାହିଁ l ସେ କହିଛନ୍ତି ଯେ ମୋ ଶକ୍ତି ଉପରେ ଜଣେ ହିଁ ରୋକ ଲଗାଇ ପାରିବ ସେ ହେଉଛି ମୁଁ ନିଜେ l
ନିୟୁୟର୍କ ଟାଇମସ୍ କୁ ଦେଇଥିବା ଗୋଟିଏ ଇଣ୍ଟରଭିୟୁ ରେ ଟ୍ରମ୍ପ କହିଛନ୍ତି ଯେ ମତେ ଯଦି କେହି ଅଟକାଇ ପାରିବ ତାହା ହେଉଛି ମୋର ନିଜର ନୈତିକତା , ମୋ ନିଜର ବୁଦ୍ଧି , କିନ୍ତୁ ମୁଁ ଚାହୁଁନାହିଁ ଯେ ସାଧାରଣ ଲୋକଙ୍କ ର କିଛି କ୍ଷତି ହେଉ l ‘
ଅନ୍ତରାଷ୍ଟ୍ରୀୟ ନିୟମ ପାଳନ କୁ ନେଇ ପଚରା ଯାଇଥିବା ପ୍ରଶ୍ନ ରେ ଟ୍ରମ୍ପ କହିଛନ୍ତି ଯେ ଏହା ମୋ ଉପରେ ନର୍ଭର କରେ ଯେ ମୁଁ ଅନ୍ତରାଷ୍ଟ୍ରୀୟ ନିୟମ କୁ କିପରି ମର୍ଯ୍ୟାଦା ଦେବି ଓ କିପରି ପାଳନ କରିବି ? ଚୀନ ତାଇବାନ ଦଖଲ କରିବାକୁ ନେଇ କହିଥିଲେ ଯେ ମୋତେ ଲାଗୁନାହିଁ ମୁଁ ରାଷ୍ଟ୍ରପତି ଥିବା ସମୟ ରେ ଚୀନ ଏଭଳି କରିବ l