Odisha news

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ମହଙ୍ଗା ପଡିଲା: ୱାଲ୍ସ

0

ମାଞ୍ଚେଷ୍ଟର,୨୯ା୭(ଏଜେନ୍ସି):ସାଉଥମ୍ପଟନ୍‌ ପ୍ରଥମ ଟେଷ୍ଟରେ ଦମ୍‌ଦାର ବିଜୟ ପରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଇଣ୍ଡିଜ୍‌ର ଶୋଚନୀୟ ପରାଜୟ ଅଧିନାୟକ ଜାସନ ହୋଲïରଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇଛି । ଖାସ୍‌ କରି ମାଞ୍ଚେଷ୍ଟରରେ
ଖେଳାଯାଇଥିବା ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍‌ରେ ଦୁଇଥର ଯାକ ହୋଲïର ଟସ୍‌ ଜିତି ବିପକ୍ଷ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ଦଳ ପରାଜୟର ପ୍ରମୁଖ କାରଣ ବୋଲିଂ ପୂର୍ବତନ କ୍ରିକେଟ୍‌ର କଟନି ୱାଲ୍ସ କହିଛନ୍ତି । ତାଙ୍କ ମତରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଜିତିଥିବା ଦଳ ନିଶ୍ଚିତ ଶୃଙ୍ଖଳା ଜିତିଥାଏ । କିନ୍ତୁ ଅଧିନାୟକଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଇଣ୍ଡିଜ୍‌ ୱିସ୍‌ଡେନ୍‌ ଟ୍ରଫି ହାତଛଡା କରିଛି । ପ୍ରଥମ ଭୁଲକୁ ଦ୍ୱିତୀୟବାର ଦୋହରାଇବାର ଆବଶ୍ୟକତା ନଥିଲା । ତଥାପି ଅନଭିଜ୍ଞଙ୍କ ଭଳି ହୋଲïର ଭୁଲ କଲୋ ଇଣ୍ଡିଜ୍‌ ପାଇଁ ୧୩୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୧୯ ୱିକେଟ୍‌ ଅକ୍ତିଆର କରିଥିବା ଦ୍ରୁତ ବୋଲର ୱାଲ୍ସ ଅଧିନାୟକ ହୋଲïରଙ୍କ ବୋକାମିକୁ ତୀବ୍ର ସମାଲୋଚନା କରିଛନ୍ତି । ଏତଦ୍‌ଭିନ୍ନ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ପ୍ରଶଂସା କରିଛନ୍ତି । ଉତ୍ତମ ରଣନୀତି ଯୋଗୁଁ ଜୋ ରୁଟ୍‌ ଶୃଙ୍ଖଳାକୁ ୨-୧ରେ ଜିତି ପାରିଥିଲେ ବୋଲି ୱାଲ୍ସ କହିଛନ୍ତି ।

Leave A Reply