ଫେଙ୍ଗସୁଇ କଇଁଛ ସକାରାତ୍ମକ ଶକ୍ତି ଓ ଦୀର୍ଘାୟୁ ହେବାର ପ୍ରତୀକ ଅଟେ l ଫେଙ୍ଗସୁଇ କଇଁଛ କୁ ଘର ଓ ଅଫିସ ଯେଉଁଠି ରଖିଲେ ମଧ୍ୟ ସକାରତ୍ମକ ପ୍ରଭାବ ପଡିଥାଏ l ବାସ୍ତୁ ଶାସ୍ତ୍ର ଅନୁସାରେ
ଫେଙ୍ଗସୁଇ କଇଁଛକୁ ଖୁବ ସକାରାତ୍ମକ ଉର୍ଜା ଜୀବନରେ ଆଣିଥାଏ l ଆମ ହିନ୍ଦୁ ଧର୍ମରେ ମଧ୍ୟ କଇଁଛ କୁ ଖୁବ ଗୁରୁତ୍ୱ ଦିଆଯାଇଥାଏ l କାରଣ ଭଗବାନଙ୍କର ସମସ୍ତ ଅବତାର ମଧ୍ୟରୁ କଇଁଛ ମଧ୍ୟ ଗୋଟିଏ ଅବତାର ଅଟେ l ତେଣୁ ଏହାକୁ ପୂଜା କରିବା ମଧ୍ୟ ଆବଶ୍ୟକ ଅଟେ l ଯେଉଁ ଘରେ ଫେଙ୍ଗସୁଇ କଇଁଛ ରଖାଯାଏ ସେହି ଘରକୁ ବିଷ୍ଣୁ ପ୍ରିୟା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l
– ଫେଙ୍ଗସୁଇ ରେ କଇଁଛକୁ ସକାରାତ୍ମକ ଉର୍ଜା ଓ ଦୀର୍ଘାୟୁ ର ପ୍ରତୀକ ଭାବରେ ଗ୍ରହଣ କରାଯାଏ l ଫେଙ୍ଗସୁଇ ବାସ୍ତୁ ଅନୁସାରେ ନିଜ ଘର ଓ କାର୍ଯ୍ୟାଳୟରେ ଫେଙ୍ଗସୁଇ କଇଁଛ ରଖିବା ଦ୍ୱାରା ସଫଳତା ମିଳିଥାଏ l
– ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ନିଜ କାର୍ଯ୍ୟାଳୟ ଓ ଦୋକାନରେ ରେ ଚାନ୍ଦିର ଫେଙ୍ଗସୁଇ କଇଁଛ ରଖିବା ଶୁଭ ହୋଇଥାଏ l ଏହାକୁ ଦକ୍ଷିଣ ଦିଗରେ ରଖିବେ l
– ଯଦି ଆପଣ ନିଜ କ୍ୟାରିଅର ରେ ଉନ୍ନତି ଚାହୁଁଛନ୍ତି ତେବେ କଳା ରଙ୍ଗର ଫେଙ୍ଗସୁଇ କଇଁଛ ରଖିବା ଆବଶ୍ୟକ l ଏହା କୌଣସି ଧାତୁର ହୋଇଥିବା ଉଚିତ l
– ଫେଙ୍ଗସୁଇ ରେ କଇଁଛ କୁ ଗୃହ କର୍ତା ଭାବରେ ଗଣନା କରାଯାଏ l ତେଣୁ ଘରର ପଶ୍ଚିମ ଦ୍ୱାରରେ ଫେଙ୍ଗସୁଇ କଇଁଛରଖିବା ଦ୍ୱାରା ଘରର ସୁରକ୍ଷା ବଢିଥାଏ l
– ଯେଉଁ ଦମ୍ପତି ଙ୍କର ସନ୍ତାନ ସନ୍ତତି ହେଉ ନାହିଁ ସେହି ଦମ୍ପତିମାନେ ନିଜ ଶୋଇବା ଘରେ ଗୋଟିଏ କାଚ ପ୍ଲେଟ ଉପରେ ମା ଫେଙ୍ଗସୁଇ କଇଁଛ ପିଠିରେ ଛୁଆ ରଖିଥିବା ଭଳି ମୂର୍ତି ରଖିବା ଆବଶ୍ୟକ l
– ଫେଙ୍ଗସୁଇ କଇଁଛ ନିଜ ଘରର ବୈଠକ ଖାନରେ ରଖିବା ଦ୍ୱାରା ଘରର ପରିସ୍ଥିତି ଶାନ୍ତ ରହିଥାଏ l ପରିବାର ମଧ୍ୟରେ ସମ୍ପର୍କ ଭଲ ରହିଥାଏ l
– ଯଦି ଘରେ ଧନ ସମ୍ବନ୍ଧୀୟ ଅସୁବିଧା ରହୁଛି ତେବେ ଆପଣ କ୍ରିଷ୍ଟାଲ୍ କଇଁଛ ରଖିବା ଆବଶ୍ୟକ l ଏହାଦ୍ୱାରା ଆର୍ଥିକ ସଙ୍କଟ ଦୂର ହେବା ସହିତ ଜୀବନରେ ଉନ୍ନତି କରିବେ l ଫେଙ୍ଗସୁଇ କ୍ରିଷ୍ଟାଲ୍ କଇଁଛ କୁ ଠାକୁରଘରେ ରଖିବା ଉଚିତ l
– ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଲା ଫେଙ୍ଗସୁଇ କଇଁଛର ମୁହଁ ସବୁବେଳେ ପୂର୍ବ ଦିଗକୁ ରହିବା ଉଚିତ l ତା ସହିତ ଏହାକୁ ଗୋଟିଏ ପ୍ଲେଟ ଉପରେ ଜଳ ଦେଇ ତା ଉପରେ ରଖିବା ଉଚିତ l ଏହାଦ୍ୱାରା ଘରର ସମସ୍ତ ବିପଦ ଦୁରେଇ ଯାଇଥାଏ l
Comments are closed.