ମେଷ: ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ବ୍ୟବସାୟରେ ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଛାତ୍ରମାନେ କୌଣସି କାମରେ ପିତାଙ୍କ ସାହାଯ୍ୟ ନେବେ।
ବୃଷ: କାମ ପ୍ରତି ନିଜର ଭାବନା ସକରାତ୍ମକ ରଖନ୍ତୁ। ଲୋକଙ୍କଠାରୁ ଅଧିକ ସହଯୋଗ ଆଶା କରନ୍ତୁ ନାହିଁ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ।
ମିଥୁନ: ସମ୍ମାନ ପାଇ ଖୁସି ହେବେ। ବ୍ୟବସାୟରେ କୌଣସି ଫାଇଦା ପାଇଁ ନୂଆ ଚୁକ୍ତିନାମା ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ଦିନ।
କର୍କଟ: ଦିନ ସାରା କର୍ମ ବ୍ୟସ୍ତ ରହିେବ। କୌଣସି ମକଦ୍ଦମା ଆପଣଙ୍କ ପକ୍ଷରେ ହେବ। ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ସି˚ହ: ଦିନଟି ଉତ୍ତମ ରହିବ। ଅନ୍ୟମାନେ ଆପଣଙ୍କ କଥା ରଖିବେ। ଚାକିରି ବୃତ୍ତିଧାରୀଙ୍କୁ ନୂଆ ସୁଯୋଗ ମିଳିବ।
କନ୍ୟା: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। ଯେଉଁ କାମ ହାତକୁ ନେବେ ଲାଭ ପାଇବେ। ଲିଖନ କାର୍ଯ୍ୟରେ ରୁଚି ବଢ଼ିବ।
ତୁଳା: ଉନ୍ନତି ସମ୍ବନ୍ଧରେ ଚିନ୍ତା କରିବେ। ଅଫିସରେ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ମିଳିବ। ଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ।
ବିଛା: ଠିକ୍ ସମୟରେ କାମ ସାରିେବ। ଶତ୍ରୁମାନଙ୍କୁ ମୁକାବିଲା କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ।
ଧନୁ: ଉତ୍ସାହିତ ରହିବେ। ସ୍ଥଗିତ କାମ ଆଗକୁ ବଢ଼ିବ। ଜୀବନସାଥୀ ଆପଣଙ୍କ ସ୍ବାସ୍ଥ୍ୟର ପୂରା ଧୢାନ ରଖିବେ।
ମକର: ବିଭିନ୍ନ କାର୍ଯ୍ୟରେ ଲାଗିରହିବେ ଓ ଦିନଟି ବ୍ୟସ୍ତରେ କଟିବ। ଅନ୍ୟ ସହିତ ମତଭେଦ ହୋଇପାରେ। ଜୀବନସାଥୀଙ୍କ ସହଯୋଗରେ କଷ୍ଟ କମିବ।
କୁମ୍ଭ: ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି। ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ବ୍ୟବସାୟ ପାଇଁ ସହାୟକ ହେବ। ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରିବେ।
ମୀନ: ଧାର୍ମିକ କାର୍ଯ୍ୟରେ ରୁଚି। କାମରେ ସମସ୍ତଙ୍କ ସହଯୋଗ ମିଳିବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ।