ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଭାରତ ରୁଷ୍ ନିର୍ମିତ ୫ଟି ଏସ୍-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ହାସଲ କରିବ । ଭାରତକୁ ଏସ୍-୪୦୦ ଦେବାପାଇଁ ରୁଷ୍ ପ୍ରକ୍ରିୟା ଆରମ୍ଭ କରିସାରିଛି ବୋଲି ରୁଷ୍ର ଡେପୁଟି ଚିଫ୍ ଅଫ୍ ମିସନ୍ ରୋମାନ ବାବୁସ୍କିନ୍ କହିଛନ୍ତି। ସମସ୍ତ ୫ଟି ଏସ୍-୪୦୦ ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ଏସ୍-୪୦୦ ଭାରତ ହାସଲ କରିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ୨୦୧୮ ଅକ୍ଟୋବରରେ ୧୯ତମ ଭାରତ-ରୁଷ୍ ବାର୍ଷିକ ଦ୍ବିପାକ୍ଷିକ ବୈଠକରେ ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ୫.୫ ବିଲିୟନ ଡଲାର୍ର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହୋଇଥିଲା।