ତିର୍ତ୍ତୋଲ, ୩୧ା୮(ସବ୍ୟୁ) ତିର୍ତ୍ତୋଲରୁ ତାରତୋଲକୁ ସଂଯୋଗ କରୁଥିବା ରାସ୍ତାରେ ସୋମବାର ମହାନଦୀର ବନ୍ୟା ପାଣି ପ୍ରବାହିତ ହୋଇଥିଲା । ସୋମବାର ସକାଳ ଠାରୁ ଏହି ରାସ୍ତାର ତିର୍ତ୍ତୋଲ ମୁଣ୍ଡା ସାହି ନିକଟରେ ୧ଫୁଟରୁ ଉର୍ଦ୍ଧ ଜଳ ପ୍ରବାହିତ ହୋଇଥିଲା । ରାସ୍ତାର ଆଉ ତିନେଟି ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା ।
ପ୍ରଶାସନ ତରଫରୁ ସର୍ତକତା ମୁଳକ ପଦକ୍ଷେପ ସୁରୁପ ପୂର୍ବାହ୍ନ ୧୧ଟାରୁ ଏହି ରାସ୍ତାରେ ଯାତାୟତକୁ ବନ୍ଦ କରିଦିଆଯାଇଥିଲା । ଅପରାହ୍ନ ସମୟରେ ସାମନ୍ୟ ପାଣି କମିବା ପରେ ଦୁଇଚକିଆ ଯାନ ଏହି ରାସ୍ତାରେ ଯାତାୟତ କରିଥିଲା । ସ୍ଥାନୀୟ ପ୍ରଶସନ ଏହି ରାସ୍ତାକୁ ରାତିରେ ସଂପୂର୍ଣ୍ଣ ବନ୍ଦ କରିଦେବା ସହ ପୁଲିସ କର୍ମୀଙ୍କୁ ମୃତୟନ କରାଯାଇଛି । ତିନିଦିନ ପୁର୍ବରୁ ମହାନବୀ ବନ୍ୟା ଜଳରେ ତାରତୋଲ-ମଣିଜଙ୍ଗା ରାସ୍ତା ବିଛିନ୍ନ ହୋଇଯାଇଛି ।