ଗଞ୍ଜାମ:31,8 : ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ନଦୀ ମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଞ୍ଜାମ ସହର ର ଅନତିଦୂରରେ ରହିଥିବା ଛତ୍ରପୁର ଓ ଏସ ଅ ପି ଅଷ୍ଟମ ବାଟାଲିୟନ ର ଓଡ୍ରାଫ ଟିମ କରୋନା
ଭୟାଭୟତାକୁ ଖାତିର ନ କରି ଯାଜପୁର ଜିଲ୍ଲାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ବୈତରଣୀ,ବୁଢା,ବ୍ରାହ୍ମଣୀ, ଖରସ୍ରୋତା ପ୍ରମୁଖ ନଦୀମାନଙ୍କରେ ପ୍ରବଳ ବନ୍ୟା ରେ ଜନ ବସତି ଜଳା ର୍ଣ୍ଣବ ହୋଇପଡିଥିବା ବେଳେ ଓଡ୍ରାଫର ଦୁଇଟି ଦଳ ପହଞ୍ଚି ତଳିଆ ଅଞ୍ଚଳର ବିଭିନ୍ନ ଗ୍ରାମ ମାନଙ୍କରେ ଫସି ରହିଥିବା ଲୋକ ଙ୍କ ପାଖରେ ଦେବଦୂତ ପରି ପହଞ୍ଚି ଲୋକଙ୍କୁ ପାଣି ଘେର ମଧ୍ୟରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନ କୁ ନେଇ ଆସୁଥିବା ଦେଖିବାକୁ ମିଳିଛି।
ଗୋଟିଏ ଟିମ ଯାଜପୁର ଟାଉନ ରେ ଓ ଅନ୍ୟ ଦଳଟି ଯାଜପୁର ଜିଲ୍ଲା କୋରେଇ ବ୍ଲକ ର ସାନ ବିରୁହାଁ ଅଂଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପରିକି ବରିଷ୍ଟ ନାଗରିକ,ଗର୍ଭବତୀ ନାରୀ,ଛୋଟ ଶିଶୁ,ସର୍ପଆଘାତ ହୋଇଥିବା ବ୍ୟକ୍ତି ମାନଙ୍କୁ ପାଣି ଘେରରୁ ଉଦ୍ଧାର କରି ମେଡିକାଲ ପହଂଚାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରିଲିଫ ସାମଗ୍ରୀ ବୋଟ ରେ ନେଇ ପାଣି ଘେରରେ ରହିଥିବା ଗ୍ରାମାମାନଙ୍କରେ ଲୋକ ଙ୍କ ନିକଟରେ ପହଞ୍ଚାଉଥିବା ମଧ୍ୟ ଲକ୍ଷ କରାଯାଉଛି। ରାତ୍ର ରେ ମଧ୍ୟ ଖବର ଆସିଲେ ବିପଦ ମଧ୍ୟରେ ରହିଯାଇଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରୁଥିବା ଓଡ୍ରାଫ ଟିମ ର ନିର୍ମଳ ଚନ୍ଦ୍ର ବେହେରା ଓ କେ. ସତ୍ୟନାରାୟଣ ରେଡି କହିଛନ୍ତି। ଗୋଟିଏ ଟିମ ରେ 24 ଓ ଅନ୍ୟଟିମ୍ ରେ 27 ଜଣ ଓଡ୍ରାଫ କର୍ମଚାରୀ ଯାଜପୁର ଜିଲ୍ଲାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିବା ଛତ୍ରପୁର ଓ ଏସ ଏ ପି ଅଷ୍ଟମ ବାଟାଲିୟନ କମାନଡେଣ୍ଟ ସୂର୍ଯ୍ୟନାରାୟଣ ମଲିକ ସୂଚନା ଦେଇଛନ୍ତି।
