ସୋସାଲ୍ ମିଡିଆରେ ଅନୈତିକ ଓ ଉତ୍ତେଜକ ଭିଡ଼ିଓ ପୋଷ୍ଟ୍ କରିବା ଇଜିପଫର ବେଲି ଡାନ୍ସର ସାମା ଏଲ୍-ମୈସୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଲୋକଙ୍କୁ ଦୁର୍ବବ୍ୟବହାର ପ୍ରତି ଉତ୍ସାହିତ କରିବା ଅଭିଯୋଗେରେ କାହିରା କୋର୍ଟ ତାଙ୍କୁ ସାତବର୍ଷର ଜେଲ ଦଣ୍ଡ ସହ ୧୪ ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି । ସୋସାଲ୍ ମିଡିଆରେ ତାଙ୍କ ଭିଡିଓ ଓ ଫଟୋର ତଦନ୍ତ ହେବା ପରେ ଏପ୍ରିଲ୍ରେ ସାମାଙ୍କୁ ଗିରଫ୍ କରାଯାଇଥିଲା । ସେ ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ ଟିକ୍ଟକ୍ରେ ନିଜ କାମୋତ୍ତେଜକ ଭିଡ଼ିଓ ପୋଷ୍ଟ୍ କରିଆସୁଥିଲେ । ତେବେ ୪୨ ବର୍ଷୀୟ ସାମା ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି କହିଛନ୍ତି- ‘ମୋ ଅଜାଣତରେ କେହି ସେ ଭିଡିଓ ଚୋରି କରି ମୋ ସହମତି ବିନା ପୋଷ୍ଟ୍ କରିଛନ୍ତି’ ।