ବାଦୁଡ଼ିରୁ କରୋନା ଆସିଥିବା କୁହାଯାଉଥିବା ବେଳେ ଏବେ ଫିଲିପିନ୍ସରେ ବଡ଼ ଆକାରର ବାଦୁଡ଼ି ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଜଣକ ଘର ସାମ୍ନାରେ ମଣିଷ ଆକାରର ଏ ବାଦୁଡ଼ି ଝୁଲି ରହିଛି ଯାହାକୁ ଦେଖି ସମସ୍ତେ ଡରୁଛନ୍ତି । ଏହାର ଉଚ୍ଚତା ପ୍ରାୟ ୬ ଫୁଟ୍ । ବାଦୁଡ଼ିର ଏ ଫଟୋ ସୋସାଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ଅନେକ ୟୁଜର୍ ଏହାକୁ ମାରାତ୍ମକ ଭାଇରସ୍ ସହ ଯୋଡୁଛନ୍ତି ।