Odisha news

ପ୍ରୋତ୍ସାହନ ଟଙ୍କାରୁ ବଞ୍ଚିତ ପ୍ରବାସୀଙ୍କ ପକ୍ଷରୁ ଆମରଣ ଅନଶନ

0

ତିହିଡି ( ଯଦୁମଣି ପାଣିଗ୍ରାହୀ ): ପ୍ରବାସରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପବାସୀ ମାନଙ୍କୁ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ମାତ୍ର ତିହିଡି ବ୍ଲକ କାଁପଡା ପଞ୍ଚାୟତର ୫୦ରୁ ଉର୍ଦ୍ଧ ପ୍ରବାସୀ ଏହି ପ୍ରୋତ୍ସାହନ ଟଙ୍କା ପାଇବାରୁ ବଞ୍ଚôତ ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇ ବିଫଳ ହେବାରୁ ସେମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୁପ ନେବାପରେ ମଙ୍ଗଳବାର ପୂର୍ବାହ୍ନରୁ ସେମାନେ ଆମରଣ ଅନଶନ କରିଥିବା ଜଣାଯାଇଛି । ବ୍ଲକ ପ୍ରଶାସନ ବିରୋଧରେ ନାରାବାଜି କରିବା ସହିତ ଟଙ୍କା ନମିଳିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଏପରିକି ଅପରାହ୍ନର ଘଡଘଡି ସହ ବର୍ଷା ହେଉଥିଲେ ମଧ୍ୟ ଅନଶନ ଜାରି ରହିଛି ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ସାନ୍ତନ୍ୱା ମୂଳକ ପ୍ରତିଶୃତି ମିଳିନଥିବା ଜଣାଯାଇଛି ।

ସୂଚନା ମୁତାବକ ମାସେ କି ଦୁଇ ମାସ ନୁହେଁ ବରଂ ·ରିମାସ ହେଲା ସଙ୍ଗରୋଧ କେନ୍ଦ୍ରରୁ ସେମାନେ ଘରକୁ ଫେରିଛନ୍ତି । ବିଗତ ଏକ ମାସ ମଧ୍ୟରେ ଲଗାଣ ବର୍ଷା ଓ ବନ୍ୟାରେ ·ରିଆଡେ ହାହାକାର ପଡିଥିବା ବେଳେ ଏହି ଟଙ୍କା ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ସହାୟକ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି । ସମାଜସେବୀ ପ୍ରସନ୍ନ କୁମାର ଦାସଙ୍କ ନେତୃତ୍ୱରେ ଦିଲ୍ଲୀପ ଦାସ, ସୁଦାମ ଚରଣ ମଳିକ, ପରମେଶ୍ୱର ମଳିକ, ଆମ୍ବେଦକର ଦାସ, ବିଶ୍ୱନାଥ ଦାସ, ସିଦ୍ଧାନ୍ତ ମଳିକ, ପୂର୍ଣ୍ଣଚନ୍ଦ୍ର ମଳିକ, ଅମୁଲ୍ୟ ମଳିକ, ରଶ୍ମିରଞ୍ଜନ ମଳିକ, ଜୟନ୍ତ ମଳିକ, ସୁଲୋଚନା ମଳିକ, ଦାମୋଦର ମଳିକ, ସଞ୍ଜୟ ମଳିକ, ବାସୁଦେବ ଦାସ, ବୈଲୋଚନ ମଳିକ, ଉଦ୍ଧବ ଦାସ ପ୍ରମୁଖ ୫୦ରୁ ଉଦ୍ଧ୍ୱର୍ ପ୍ରବାସୀ ଆନେ୍ଦାଳନରେ ସାମିଲ ହୋଇଛନ୍ତି । ୩ ଜଣ ପ୍ରବାସୀ ଆମରଣ ଅନଶନରେ ବସିଥିବା ଜଣାଯାଇଛି ।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହାର ଜାରି ରହିବ ବୋଲି କୁହାଯାଉଛି । ସରପଞ୍ଚ ବିଦେଶିନୀ ସ୍ୱାଇଁ କୁହଁନ୍ତି, ଏହି ପ୍ରବାସୀମାନେ କାଁପଡା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ନଥିଲେ । ବ୍ଲକ ପ୍ରଶାସନ ସେମାନଙ୍କୁ ଅନ୍ୟ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ । ପରବର୍ତ୍ତୀ ସମୟରେ ବ୍ଲକ ଚିଠାରେ ସେମାନଙ୍କର ନାମ ନଥିବାରୁ ଏହି ସମସ୍ୟା ଦେଖାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସେମାନଙ୍କ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ମଧ୍ୟ ସେ ମଧ୍ୟ ଦାବୀ କରିଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ବିଡିଓ ବସନ୍ତ କୁମାର ସାହାଣୀ ପ୍ରତିକ୍ରିୟା ରଖିଛନ୍ତି ।

ପୂର୍ବରୁ କୌଣସି ସୂଚନା ହେଉ କି ଅଭିଯୋଗ ହେଉ ପ୍ରଦାନ କରାଯାଇନଥିବା ବେଳେ ତରବରିଆ ଭାବେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ଉଚିତ ନୁହେଁ ବୋଲି କହିଛନ୍ତି । ଖବର ପାଇବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ସେମାନଙ୍କର ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ଡିସ·ର୍ଚ୍ଚ ସାର୍ଟିଫିକେଟ୍ ଯାଞ୍ଚ କରାଯାଇ ବିହିତ ପଦକ୍ଷେପ ନିଆଯିବ ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ଥାନାଧିକାରୀଙ୍କ ଅବଗତ କରିଥିବା କହିଛନ୍ତି ।

Leave A Reply