Odisha news

ଭାରତୀୟ ମଜଦୁର ସଂଘ ପକ୍ଷରୁ ମନମୋହନଙ୍କୁ ଶୁଭେଚ୍ଛା

0

ତିହିଡି, ୧୧/୦୭(ଯଦୁମଣି ପାଣିଗ୍ରାହୀ): ବିଜେପିର ରାଜ୍ୟ ସଭାପତି ଭାବେ ବରିଷ୍ଠ ନେତା ମନମୋହନ ସାମଲ ୪ର୍ଥ ଥର ଲାଗି ଦାୟିତ୍ୱ ଗ୍ରହଣ କରିଥିବାରୁ ରାଜ୍ୟର ବିବିଧ କ୍ଷେତ୍ର୍ରର କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି କ୍ରମରେ ଭଦ୍ରକ ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଶାସନ ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରି ସେ ଆଗାମୀ କାର୍ଯ୍ୟକ୍ରମ ଜାରି ରଖିବେ ବୋଲି କର୍ମକର୍ତ୍ତା ମାନେ ଆଶା ବ୍ୟକ୍ତ କରିଛନ୍ତି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତ ରାୟ, ପର୍ଯ୍ୟାବରଣ ମଞ୍ଚର ଜିଲ୍ଲା ସଂଯୋଜକ ତପନ କୁମାର ପଣ୍ଡା, ଗ୍ରାମ ବିକାଶ ଶାଖାର ଜିଲ୍ଲା ସଂଯୋଜକ କିଶୋର କୁମାର ନାୟକ, ଆଇନଜୀବୀ ସଞ୍ଜୟ ମହାନ୍ତି, ଯଦୁମଣି ପାଣିଗ୍ରାହୀ, ମନୋଜ କୁମାର ପାତ୍ର, ସୁଶାନ୍ତ କୁମାର ସାହୁ, ସୁଶାନ୍ତ ନାୟକ, ଜ୍ୟୋତିକୃଷ୍ଣ ସାମଲ, ବିପିନ ମିଶ୍ର, ଚନ୍ଦନ କୁମାର ପତି, ନାରାୟଣ କର ଓ ସନ୍ତୋଷ କୁମାର ଯେନା ପ୍ରମୁଖ ଶ୍ରୀ ସାମଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply