ତିହିଡି,୨୮/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ପକ୍ଷରୁ ଆଜି ୪ ଜଣ ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ କରାଯାଇଛି । ୨ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା ବେଳେ ଅନ୍ୟ ୨ଜଣଙ୍କୁ ହ୍ୱିଲ ଚେୟାର ବଣ୍ଟନ କରାଯାଇଥିବା ଜଣାଯାଇଛି । ଭାଟପଡା ପଞ୍ଚାୟତର ସଞ୍ଜୟ କୁମାର ନାୟକ ଓ କାଁପଡା ପଞ୍ଚାୟତର ରାମକୃଷ୍ଣ ଦାସଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିବା ବେଳେ ପାଳିଆବିନ୍ଧା ପଞ୍ଚାୟତର ମାନସୀ ସାହୁ ଓ ସୟା ପଞ୍ଚାୟତର ମନୋଜ କୁମାର କବିଙ୍କୁ ହ୍ୱିଲ ଚେୟାର ବଣ୍ଟନ କରାଯାଇଛି । ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ, ବିଡିଓ ନିରଞ୍ଜନ ବାରିକ ଓ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ସରପଞ୍ଚ ଶୁଭ୍ରନାରାୟଣ ସେଠୀଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଉପରୋକ୍ତ ଉପକରଣ ବଣ୍ଟନ କରାଯାଇଥିଲା ।