Odisha news

ତିହିଡିରେ ବିଜେପିର କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

0

ତିହିଡି,୨୫/୦୪(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ତିହିଡି ବ୍ଲକର ୯ ପଞ୍ଚାୟତର ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କୁ ନେଇ ଏକ ସମାବେଶ ଓ ମିଶ୍ରଣ ପର୍ବ ତିହିଡି ବାରୁଣୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ବରଷ୍ଠ ବିଜେପି ନେତା ରଘୁନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶ ଆରମ୍ଭରେ ପହଲଗାଁଓ ଆତଙ୍କୀ ଆକ୍ରମଣରେ ନିହତଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସମାବେଶରେ ଯୋଗ ଦେଇଥିବା ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ବକ୍ତବ୍ୟରେ, ନିସ୍ୱାର୍ଥପର ଭାବେ ଦଳରେ ପଡି ରହିଥିବା କର୍ମୀ ଓ କର୍ମକର୍ତ୍ତା ମାନଙ୍କର ବର୍ଷ ବର୍ଷ ଧରି ଲଢେଇ ଯୋଗୁଁ ବିଜେପି ଆଜି ରାଜ୍ୟରେ କ୍ଷମତାସୀନ ହୋଇଛି ବୋଲି କହିବା ସହ ମୋଦି ସରକାରଙ୍କ ବିଭିନ୍ନ ଗରିବକଲ୍ୟାଣ ଯୋଜନା ଆଜି ଲୋକଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିପାରିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଉଦୟ ନାରାୟଣ ମଲ୍ଲିକ, ଦେବେନ୍ଦ୍ର ପୁହାଣ, ଶରତ ଦାସ, ସରୋଜ ନାୟକ, ସରପଞ୍ଚ ପ୍ରଦୀପ ବଳ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଯୁବନେତା ଉମାକାନ୍ତ ଦାସ, ପ୍ରମୋଦ ଦାସ, ସଂଗ୍ରାମ ମହାନ୍ତି, ରାଜାରାମ ମହାକୁଡ, ତପନ ପାଢୀ, ବୁଦ୍ଧଦେବ ଜେନା, ସାହାଡା ସୁନ୍ଦରୀ ମଣ୍ଡଳ ସଭାପତି କେଶବ ବେହେରା, ସରୋଜ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଯୁବନେତା ସୀତାକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ଭିନ୍ନ ଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ସୂରଜ ଏହି ଅବସରରେ ସମସ୍ତଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ । ସରପଞ୍ଚ ଶୁଭ୍ର ନାରାୟଣ ସେଠୀ, ଶରତ କର, କାହ୍ନା ଭୋଇ, ସରୋଜ ନାୟକ, ଭରତ ସାହୁ, ପ୍ରତାପ ଜେନା, ଦେବବ୍ରତ ପାଢୀ, ରାଜକିଶୋର ନାୟକ, ତପୁନ ପାଣି, ଲିପୁନ ତ୍ରିପାଠୀ ଓ ଗଣେଶ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ସୂରଜ ତିହିଡି ପୁରୁଣାହାଟ ଠାରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ବିଜେପି କର୍ମୀ ମାନେ ତାଙ୍କୁ ସ୍ୱାଗତ କରିଥିଲେ ।

Nalco
Leave A Reply