Odisha news

ବନ୍ୟା ପୀଡିତଙ୍କୁ ବିସ୍କୁଟ ବାଣ୍ଟିଲେ ପ୍ରାକ୍ତନ ସମିତିସଭ୍ୟ

0

ତିହିଡି (ଯଦୁମଣି ପାଣିଗ୍ରାହୀ ) : ତିହିଡି ବ୍ଳକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ଲିଙ୍ଗାଡି ଓ ଗୁଡୁପାଳ ଗାଁର ବନ୍ୟା ପୀଡିତଙ୍କୁ ବିସ୍କୁଟ ବାଣ୍ଟିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି ବିଜେପି ଯୁବ ନେତା ତଥା ପ୍ରାକ୍ତନ ସମିତିସଭ୍ୟ ଉମାକାନ୍ତ ଦାସ ।

ବନ୍ୟା ଯୋଗୁଁ ସେମାନଙ୍କ ଧାନ ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ କିଭଳି ସରକାରୀ ସହାୟତା ମିଳିପାରିବ ସେଥିନେଇ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ଦାସ ସେମାନଙ୍କୁ ପ୍ରତିଶ୍ରୁତି ବି ଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ଶକ୍ତିକେନ୍ଦ୍ର ପ୍ରମୁଖ କୈଳାସ ବେହେରା, କେଶବ କୁଣ୍ଡ, ରବି ନାରାୟଣ ସାହୁ, ମାନସ ମହାଳିକ, ନବୀନ ମହାଳିକ, ରବିନ୍ଦ୍ର ସାହୁ, ମହେଶ୍ୱର ନାୟକ, ପ୍ରଭାତ ନନ୍ଦୀ, ସୁଜିତ ସାହୁ, କରୁଣାକର ନାୟକ, ବିଷ୍ଣୁ ମହାଳିକ ଓ ସୁରେନ୍ଦ୍ର ମହାଳିକ ପ୍ରମୁଖ ତାଙ୍କ ସହ ଉପସ୍ଥିତ ଥିବା ଜଣାଯାଇଛି ।

Leave A Reply