ତିହିଡି : ତିହିଡି ଥାନା ଅନ୍ତର୍ଗତ ବଉଳପାଳ ଗାଁ ରାସ୍ତାରେ ଗତ ଶନିବାର ରାତିରେ ସନ୍ଦେହଜନ ଅବସ୍ଥାରେ ବୁଲୁଥିବା ଜଣେ ଅଜଣା ଯୁବକକୁ ସ୍ଥାନୀୟ ଲୋକେ ଧରି ପଚରା ଉଚୁରା କରିବାରୁ ଯୁବକ ଜଣଙ୍କ ଭୟଭୀତ ହୋଇ ଘଟଣାସ୍ଥାରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ଲୋକେ ତାକୁ ସ୍ଥାନୀୟ ବିଲରୁ କାବୁ କରିଥିଲେ ।
ସଂପୃକ୍ତ ଯୁବକ ଅଭୟ ଖାମୁରାଇ ଓ ତାଙ୍କ ଘର ଏହି ଥାନା ଅନ୍ତର୍ଗତ ଗାଜିପୁର ଗାଁରେ ବୋଲି କହିଥିଲା । ସ୍ଥାନୀୟ ଲୋକେ ସଂପୃକ୍ତ୍ ଯୁବକକୁ ପୋଲିସର ଜିମା ଦେଇଥିଲେ । ପୋଲିସର ପ୍ରାଥମିକ ତଦନ୍ତକାଳରେ ସଂପୃକ୍ତ ଯୁବକ ଜଣେ ପେଶାଦାର ଚୋର ଓ ତାଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ଜଣାଯାଇଛି । ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।