Odisha news

ପ୍ରଶାସନ ସହାୟତାରେ ଜେଇଇ(ମେନ୍‍)ପରୀକ୍ଷା ପାଇଁ ଭଦ୍ରକରୁ ୮ଜଣ ଗଲେ

0

ଭଦ୍ରକ,:ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପରିକ୍ଷାର୍ଥୀ ଓ ଅଭିଭାବକଙ୍କୁ ସରକାରୀ ବ୍ୟବସ୍ଥାରେ ଜେଇଇ(ମେନ୍‍)ପରୀକ୍ଷା ଅନୁଷ୍ଠିତ ହେଉଥିବା ସଂପୃକ୍ତ ୨ଟି ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି । ଆସନ୍ତା ୧ରୁ ୬ତାରିଖ ମଧ୍ୟରେ ଓଡିଶାର ୭ଟି ସହରରେ ଜେଇଇ(ମେନ)ଲାଗି ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ଗତକାଲି ସୁଦ୍ଧା ୫୯ଜଣ ପରୀକ୍ଷାର୍ଥୀ ରେଜିଷ୍ଟ୍ରେସନ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆଜି ୬ଜଣ ପରୀକ୍ଷାର୍ଥୀ ଓ ୨ଜଣ ଅଭିଭାବକଙ୍କୁ ସରକାରଙ୍କ ଗାଇଡ ଲାଇନ୍‍ ଅନୁଯାୟୀ ୨ଟି ବଲେରୋ ଗାଡିରେ ବସଷ୍ଟାଣ୍ଡରୁ କଟକ ଓ ଭୁବନେଶ୍ୱର ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି ।

ଏମାନେ ହେଲେ-ଆଦିତ୍ୟକୁମାର ପୃଷ୍ଟି, ପ୍ରତିମା ବାରିକ ଓ ତାଙ୍କ ପିତା ଶରତ ବାରିକ ଅଭିଭାବକଭାବେ ୩ଜଣଙ୍କୁ କଟକ ଆଇଟିଆଇ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି । ସେହିପରି ହିଂମାଶୁ ଶେଖର ଲେଙ୍କା ସୌମ୍ୟରଞ୍ଜନ ମିଶ୍ର, ଉଦୟନାରାୟଣ ମିଶ୍ର ଓ ଅଙ୍କିତା ଦାସଙ୍କ ଅଭିଭାବକ ଗୀତାଞ୍ଜଳି ଦାସଙ୍କୁ ଆଉ ଏକ ବଲେରୋରେ ଭୁବନେଶ୍ୱର ଆଇଟିଆଇ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି । ସେହିପରି ୨ୟ ପର୍ଯ୍ୟାୟରେ ଯେଉଁମାନଙ୍କ ପରୀକ୍ଷା ୪ରୁ ୬ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ସେମାନେ ୩ ତାରିଖ ସକାଳ ୯ଟାରେ ନୂଆବସଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ଯାଏଁ ଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି

Leave A Reply