Odisha news

ପ୍ରଧାନସାହିରୁ ୭୫ଲିଟର ମଦ ଜବତ, ୨ଗିରଫ

0

ତିହିଡି, ୨୯/୦୮ (ଯଦୁମଣି ପାଣିଗ୍ରାହୀ ) : ତିହିଡି ଓ ଏହାର ଆଖପାଖ ଅଞ୍ଚଳରେ ଚୋରା ମଦ, ନକଲି ମଦ, ଗଞ୍ଜେଇ, ବ୍ରାଉନ୍ ସୁଗାର ଆଦି ପ୍ରଚୁର ମାତ୍ରାରେ ବିକ୍ରି ହେଉଥିବା ଗଣମାଧ୍ୟମ ପକ୍ଷରୁ ବାରମ୍ବାର ପ୍ରସାରିତ ହୋଇଆସୁଅଛି । ଚୋରା ମଦ ମଧ୍ୟରେ ଦେଶୀ ଓ ବିଦେଶୀ ରହିଥିବା ବେଳେ କେତେକ ସ୍ଥଳରେ ନକଲି ମଦ କାରବାର ବି ଚାଲିଛିି । ଯାହାକୁ ନିୟନ୍ତ୍ରଣ କରିବାରେ ଉଭୟ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ବିଫଳ ହେଉଛି ।

ହେଲେ ଶୁକ୍ରବାର ତିହିଡି ପୁଲିସ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ପ୍ରଧାନସାହିରେ ଦେଶୀ ମଦ ·ଲାଣ ସମୟରେ ୨ ଜଣଙ୍କୁ ଗିରଫ୍ କରିଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ହେଉଛନ୍ତି ପ୍ରଧାନ ସାହିର ବାପି ପ୍ରଧାନ ଓ ସୁରେଶ ପ୍ରଧାନ ବୋଲି ଜଣାଯାଇଛି । ସେମାନଙ୍କ ନିକଟରୁ ୭୫ ଲିଟର ଦେଶୀ ମଦ ଜବତ୍ ସୂଚନା ମିଳିଛି ।

ଅଭିଯୁକ୍ତମାନେ ୫ ଲିଟର ପଲିଥିନ୍ ପ୍ୟାକରେ ୧୫ଟି ପଲିଥିନରେ ଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ସୁରାକ ପାଇ ସେମାନଙ୍କୁ ଗିରଫ କରିଥିଲା । ଏଥିସହ ଚୋରା ଚାଲାଣ ସମୟରେ ବ୍ୟବହାର ହେଉଥିବା ଏକ ସ୍କୁଟିକୁୁ ମଧ୍ୟ ପୋଲିସ ଜବତ କରିଛି । ଏଠାରେ ସୂଚନା ଥାଉକି ଏହି ପ୍ରଧାନ ସାହିରେ ଖୁଲମ ଖୋଲା ଦେଶୀ ମଦ କାରବାର ହୋଇଆସୁଅଛି ।

Leave A Reply