Odisha news

ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକଙ୍କୁ ମିଳିଲା ସମ୍ମାନ ଜନକ ଡକ୍ଟରେଟ ଉପାଧି

0

ତିହିଡି,୦୪/୧୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ମଙ୍ଗଳପୁର ଗାଁର ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକଙ୍କୁ ମଣିପୁରସ୍ଥିତ ଏସିଆନ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଓଡିଆ ଭଜନରେ ନୂଆ ଧାରା ସୃଷ୍ଟି କରିଥିବା ପଞ୍ଚାନନଙ୍କୁ ଓଡିଆ ଭାଷା ସାହିତ୍ୟ ଓ ଓଡିଆ ଅସ୍ମିତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ହାଇଦ୍ରାବାଦସ୍ଥିତ ତେଲେଙ୍ଗାନା ସାରସ୍ୱତ ପରିଷଦର ଗ୍ଲୋବାଲ ହୁ୍ୟମାନ ରାଇଟ ଷ୍ଟ୍ରଟ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କା ୟୁଥ ପାର୍ଲାମେଣ୍ଟର ବର୍ହିବ୍ୟପାର ଡେପୁଟି ମନ୍ତ୍ରୀ ଅହମ୍ମଦ ସାଦିକ, ଅନ୍ୟତମ ଅତିଥି ମିନିଷ୍ଟ୍ରି ଅଫ ଟେଲି କମୁ୍ୟନିକେଶନର ସଦସ୍ୟ ଡ. ସଙ୍କେତ ସମ୍ପତ ଖରପୁଡେ, ଘର୍ଟର ଅଧ୍ୟକ୍ଷ ଡ. ଏଚ.ଆର ରହେମନ ଯୋଗ ଦେଇଥିଲେ । ଏହି ସମ୍ମାନ ପାଇବା ପରେ ଶ୍ରୀ ନାୟକଙ୍କୁ ବିଭିନ୍ନ ସାରସ୍ୱତ ସଙ୍ଗଠନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଶ୍ରୀ ନାୟକ ସଙ୍ଗୀତ ଓ ସାହିତ୍ୟ କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କର ଭକ୍ତି ଓ ଭାବପୂର୍ଣ୍ଣ ଓଡିଆ ଭଜନ ଆଜି ବି ଓଡିଶାର ଶ୍ରୋତାଙ୍କ ହୃଦୟରେ ସାଇତା ହୋଇ ରହିଛି ।

Leave A Reply