ତିହିଡି, ୨୮/୦୫(ଯଦୁମଣି ପାଣିଗ୍ରାହୀ): ରାଜ୍ୟରେ ବିଜେପି ସରକାର ଆସିଲେ ଭଦ୍ରକରେ ୬ ମାସ ମଧ୍ୟରେ ଭଦ୍ରକ ଜିଲ୍ଲା ମେଡିକାଲ କଲେଜ ସହିତ ଭଦ୍ରକ ସ୍ୱୟଂଶଶସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ । ଓଡିଶାରେ ଏଥର ଡବଲ ଇଞ୍ଜିନିର ସରକାର ପ୍ରତିଷ୍ଠା ହେବ । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଆଞ୍ଚଳିକ ସ୍ତରରେ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ଚାନ୍ଦବାଲିକୁ ପ୍ରଚାରରେ ଆସିଥିବା ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି । ଭଦ୍ରକ ଜିଲ୍ଲା ·ନ୍ଦବାଲିରେ ଆୟୋଜିତ ବିଜେପିର ସଂକଳ୍ପ ସମାବେଶରେ ଯୋଗଦେଇ ସେ ଏଭଳି ପ୍ରତିଶୃତି ଦେଇଥିଲେ । ଓଡ଼ିଶା ଭଳି ସଂସ୍କୃତି ସମ୍ପନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭଲ ଭାବେ ଓଡିଆ କହି ପାରନ୍ତିନି । ଭି.କେ ପାଣ୍ଡିଆନ୍ଙ୍କ ଇସାରାରେ ଓଡିଶାର ଶାସନ ଚାଲିଛି । ୨୪ ବର୍ଷ ହେଲା ଓଡିଶାକୁ ଲୁଣ୍ଠନ କରି ଚାଲିଛି ବିଜେଡି । ସମୟ ଆସିଛି ଏହାର ଜବାବ୍ ଦେବା । ଡବଲ୍ ଇଞ୍ଜିନ୍ ସରକାର ଗଠନ କରିବା ସହିତ ରାଜ୍ୟର ନବୀନ ସରକାରଙ୍କୁ ଧରାଶାୟୀ କରିବା ଲକ୍ଷ୍ୟରେ ତୃଣମୂଳ ସ୍ତରରୁ ଭୋଟ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ । ଜଗନ୍ନାଥଙ୍କ ରନô ଭଣ୍ଡାର ଚାବି ପ୍ରସଙ୍ଗ ଠାରୁ ଆରମ୍ଭ କରି ପାକିସ୍ତାନ ପରମାଣୁ ବୋମା, କାଶ୍ମୀର ପ୍ରସଙ୍ଗ, ଭାରତବାସୀଙ୍କୁ ରାସନ, ଉଜ୍ଜଳା ଯୋଜନା ବିଷୟରେ ଏବଂ ବିଜୁ ଆବାସକୁ ତାସଲ୍ୟ କରିବା ସହ ମୋଦିଙ୍କ ସଫଳ ଯୋଜନା ବିଷୟରେଶ୍ରୀ ଶାହା ବକ୍ତବ୍ୟ ରଖିଥିଲେ । ଏଥିସହ ବିଜେପି ସରକାର ଗଠନ ହେବାର ଏକ ମାସ ମଧ୍ୟରେ ଚିଟଫଣ୍ଡ ଘୋଟଲାରେ ଥିବା ନେତାମାନଙ୍କୁ ଜେଲ ପଠାଇବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଚାନ୍ଦବାଲି ପୌରାଞ୍ଚଳ ଅଧିନ ଦୂର୍ଗା ପଡ଼ିଆରେ ଆୟୋଜିତ ସମାବେଶରେ ଭଦ୍ରକ ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଶ୍ରୀ ଶାହା ଲୋକଙ୍କୁ ଭୋଟ ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ଉପସଭାପତି କମଳାକାନ୍ତ ସୂତାର, ଲୋକସଭା ପ୍ରଚାର କମିଟି ଅଧ୍ୟକ୍ଷ ଅଜୟ କୁମାର ନାୟକ, ଯୁବନେତା ପ୍ରିୟରଞ୍ଜନ ଜେନା, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର ରାଉଳ, ଆଖଣ୍ଡଳମଣି ମଣ୍ଡଳ ସଭାପତି କିଶୋର ନାୟକ, ମହାକାଳୀ ମଣ୍ଡଳ ସଭାପତି ପ୍ରଫୁଲ୍ଲ ନାୟକ, ଧାମରା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ, ଲଙ୍କେଶ୍ୱରୀ ମଣ୍ଡଳ ସଭାପତି ରାଜାରାମ ମହାକୁଡ, ବରିଷ୍ଠ ନେତା କାହ୍ନୁ ବେହେରା, ପୂର୍ଣ୍ଣଚନ୍ଦ୍ର ପାଣି, ନଗର ସଭାପତି ସରୋଜ ବଳ ଓ ନାରୀନେତ୍ରୀ ସଙ୍ଗୀତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
