Odisha news

ଘରୋଇ ଜାଗାରେ ସରକାରୀ ନିର୍ମାଣକୁ ବିରୋଧ

0

ତିହିଡି,୦୩/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ନୟାନନ୍ଦ ପଞ୍ଚାୟତର ହାଟୁଆରୀ ଗାଁରେ ଘରୋଇ ଜାଗା ଉପରେ ସରକାରୀ ନିର୍ମାଣକୁ ଲୋକେ ବିରୋଧ କରିଛନ୍ତି । ଏଥିନେଇ ଲୋକେ ବିଡିଓଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ପାଳିଆ ଆରଆଇ ସର୍କଲ ଅଧିନସ୍ଥ ହାଟୁଆରୀ ମୌଜାର ପ୍ଲଟ ନଂ-୬୩୩ (ସର୍ବସାଧାରଣ), ପ୍ଲଟ ନଂ-୬୪୪ ଓ ୬୩୭(ଘରୋଇ) ଜାଗା ଉପରେ ସରକାରୀ ଅର୍ଥ ବିନିଯୋଗ କରାଯାଇ ନିର୍ମାଣ କାର୍ଯ୍ୟ କରାଯାଉଛି । ଏହିସବୁ ଜାଗା ଉପରେ ମୋଟ ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୩ଟି ପ୍ରକଳ୍ପ ଯଥା-ଲଳିତବିହାରୀ ଗୋଷ୍ଠୀ କେନ୍ଦ୍ର, ପାଠାଗାର ଗୃହ ଓ ଗ୍ରାମ ଦେବତୀ ମନ୍ଦିର ନିର୍ମାଣ କରାଯାଉଛି । ଘରୋଇ ଜାଗା ଉପରେ ବେନିୟମ ଭାବେ କିଭଳି ସରକାରୀ ଅର୍ଥ ବିନିଯୋଗ କରାଯାଉଛି ବୋଲି ଉମାକାନ୍ତ ମହାପାତ୍ର, ମୃତୁ୍ୟଞ୍ଜୟ ମହାପାତ୍ର, ଦାମୋଦର ମହାଳିକ, କରୁଣାକର ମହାଳିକ, ଭକ୍ତହରି ମଲ୍ଲିକ, ଝୁନୁଲତା ମହାଳିକ ଓ ମହେନ୍ଦ୍ର ସାହୁ ପ୍ରମୁଖ ପ୍ରଶ୍ନ କରିବା ସହିତ ବିଡିଓଙ୍କ ଠାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

Ad2
Leave A Reply