ତିହିଡି,୦୪/୦୬: ତିହିଡି ବ୍ଲକରେ ବାତ୍ୟା ୟାସର ପ୍ରଭାବରେ ବିଭିନ୍ନ ପଞ୍ଚାୟତରେ ଧାନ ଓ ଝୋଟ ଚାଷ କ୍ଷତିଗ୍ରସ୍ତ ହୋଇଛି । ବ୍ଲକର ୪ଟି ପଞ୍ଚାୟତରେ ଧାନ ଚାଷ ଓ ୩ଟି ପଞ୍ଚାୟତରେ ଝୋଟ ଚାଷ କ୍ଷତିଗ୍ରସ୍ତ ହୋଇଛି । କାଁପଡା, ଗୋବିନ୍ଦପୁର, ବାରସର ଓ ବୋଡକ ପଞ୍ଚାୟତରେ ଧାନ ଓ ତଳଗୋପବିନ୍ଧା, କୁବେରା ଓ ଦୋଳସାହି ପଞ୍ଚାୟତରେ ଝୋଟ ଚାଷ ପ୍ରଭାବିତ ହୋଇଛି ।
ମୋଟ ୧୪ଟି ଗାଁରେ ପ୍ରାୟ ୫୫ ହେକ୍ଟର ଜମିରେ ଏହି କ୍ଷତି ଘଟିଥିବା କୃଷି ବିଭାଗ ପକ୍ଷରୁ ଦର୍ଶାଯାଇଛି । ୨୫ ହେକ୍ଟର ଜମିରେ ଧାନ ଚାଷ ଓ ୩୦ ହେକ୍ଟର ଜମିରେ ଝୋଟ ଚାଷ କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତିର ପରିମାଣ ମୋଟ ୩ଲକ୍ଷ ୭୪ ହଜାର ଟଙ୍କା ହେବ ବୋଲି ଦର୍ଶାଯାଇଛି । ଗ୍ରାମ୍ୟ କୃଷି କର୍ମଚାରୀ ଓ ରାଜସ୍ୱ ନିରୀକ୍ଷକ ସେହିସବୁ ପଞ୍ଚାୟତକୁ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଥିଲେ । ପରେ ବ୍ଲକ କୃଷି ଅଧିକାରୀ ରଘୁନାଥ ପତି ଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ରିପୋର୍ଟ ଏସ୍ଆରସିଙ୍କ ନିକଟକୁ ପଠାଇଛନ୍ତି ।
Comments are closed.