Odisha news

ତହସିଲ କାର୍ଯ୍ୟାଳୟ ସାମ୍ନାରେ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ଅନଶନ

0

ତିହିଡି : ତିହିଡି ବ୍ଲକ ଅଧିନ ଫତେପୁର ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ରିପୋର୍ଟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ଏହାକୁ ନେଇ ପଞ୍ଚାୟତର ସରପଞ୍ଚ ଝରଣା ଯେନା ଓ ନାଏବ ସରପଞ୍ଚ ପ୍ରଫୁଲ୍ଲ ମହାପାତ୍ର ସୋମବାର ଦିନ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅନଶନ କରିଥିଲେ । ଆସନ୍ତା ୯ ତାରିଖରେ ସରକାରୀ ଅମିନ ଓ ଘରୋଇ ଅମିନଙ୍କ ଜରିଆରେ ମାପଚୁପ ପରେ କାର୍ଯ୍ୟାଳୟ ଲାଗି ଚୂଡାନ୍ତ ସ୍ଥାନ ନିରୂପଣ ହେବ ବୋଲି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଯେ, ନୂତନ ପଞ୍ଚାୟତ ଫତେପୁରରୁ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଝରଣା ଗତ ୧୫-୧୨-୧୭ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ କରିବାକୁ ବିଡିଓଙ୍କୁ ଜଣାଇଥିଲେ ।

ତକ୍ରାଳୀନ ବିଡିଓ ୧୭-୦୨-୧୮ ତାରିଖରେ ସ୍ଥାନ ଚିହ୍ନଟ ଲାଗି ତହସିଲଦାରଙ୍କୁ ଚିଠି ଲେଖିଥିଲେ । ତହସିଲଦାରଙ୍କ ନିଦେ୍ର୍ଦଶକ୍ରମେ କୋହ୍ଲ ରାଜସ୍ୱ ନିରୀକ୍ଷକ ସ୍ଥାନ ନିରୂପଣ କରି ତହସିଲଦାରଙ୍କୁ ରିପୋର୍ଟ ଦେଇଥିଲେ । ତହସିଲଦାର ଏହାର ଜନ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରି ନୋଟିସ ଜାରି କରିଥିଲେ । ତହସିଲ କାର୍ଯ୍ୟାଳୟରେ ଏହି ଜନ ଶୁଣାଣି ହେବା ସହ ଏହାର ସମୀକ୍ଷା ମଧ୍ୟ କରାଯାଇଥିଲା । ଫତେପୁର ରାଜସ୍ୱ ଗ୍ରାମର ଖାତା ନଂ-୯୮୨, ପ୍ଲଟ ନଂ-୯୦୪ରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଲାଗି ସ୍ଥିର ହୋଇଥିଲା । ଏ ନେଇ ପଞ୍ଚାୟତରେ ମଧ୍ୟ ରିଜୁ୍ୟଲିସନ୍ ପାସ ହୋଇଥିଲା । ତେବେ ଗତ ୧୧-୦୧-୨୧ ତାରିଖରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ରାଜସ୍ୱ ନିରୀକ୍ଷକ ଓ ତିହିଡି ପୋଲିସ ଉପସ୍ଥିତିରେ ସରକାରୀ ଅମିନଙ୍କ ଦ୍ୱାରା ମାପଚୁପ କରାଯାଇ ଜାଗା ଚିହ୍ନଟ କରାଯାଇଥିଲା । ମାତ୍ର ତହସିଲଦାର ଦେଢ ମାସରୁ ଉଦ୍ଧ୍ୱର୍ କୌଣସି ରିପୋର୍ଟ ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଳମ୍ବନ କରୁଥିବାରୁ ପଞ୍ଚାୟତ ଗୃହ କରାଇ ନଦେବା ଲାଗି ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସରପଞ୍ଚ ଝରଣା ଯେନା ଅଭିଯୋଗରେ ଦର୍ଶାଇ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ । ଅନଶନରେ ୱାଡ ସଦସ୍ୟଙ୍କ ସମେତ ପଞ୍ଚାୟତବାସୀ ଉପସ୍ଥିତ ଥିଲେ ।

Leave A Reply