Odisha news

ମାଟ୍ରିକ ପରୀକ୍ଷା ଫଳ : ଦୋଳସାହି ହାଇସ୍କୁଲ ଛାତ୍ର ବିଶ୍ୱଜିତ୍ ବ୍ଲକ ଟପ୍ପର

0

ତିହିଡି: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭଦ୍ରକ ଜିଲ୍ଲାରେ ମୋଟ ୬୮ ଜଣ ଛାତ୍ରଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତିହିଡି ବ୍ଲକର ୩ଟି ହାଇସ୍କୁଲର ମୋଟ ୮ ଜଣ ଛାତ୍ରଛାତ୍ରୀ (ଏ-୧)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଦୋଳସାହି ରାମ ନାରାୟଣ ହାଇସ୍କୁଲର ଛାତ୍ର ବିଶ୍ୱଜିତ ସାହୁ ମୋଟ ୫୫୫ ନମ୍ବର ରଖି ବ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ।

ସେହିପରି ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ୟ ମାନଙ୍କ ମଧ୍ୟରେ ପାଳିଆବିନ୍ଧା ରାମାନୁଜ ବିଦ୍ୟପୀଠର ଛାତ୍ର ଶୁଭାଶିଷ ରାଉତ(୫୪୪), ସାହାପୁର ଲକ୍ଷ୍ମୀନାରାୟଣ କୃଷକ ସହଯୋଗ ହାଇସ୍କୁଲର ୬ ଜଣ ଛାତ୍ରଛାତ୍ରୀ ଯଥାକ୍ରମେ ରଶ୍ମୀରଞ୍ଜନ ବୀର(୫୪୪), ଯାଜ୍ଞସେନୀ ମହାନ୍ତି(୫୪୩), ଶୁଭଲକ୍ଷ୍ମୀ ବଳ(୫୪୨), ଅଲେଖ କୁମାର ସାହୁ(୫୪୦), ଅରଜିତ ବଳ (୫୪୦)ସତ୍ୟଶୁଭମ ପଣ୍ଡା ପଣ୍ଡା(୫୪୦) ଅଟନ୍ତି । ପ୍ରକାଶ ଯେ, ଚଳିତ ବର୍ଷ ତିହିଡି ବ୍ଲକରେ ମୋଟ ୧୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୧୦୨ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ତେବେ ଉପରୋକ୍ତ ୩ଟି ହାଇସ୍କୁଲକୁ ବାଦ୍ ଦେଲେ ବ୍ଳକର ଅନ୍ୟ କୌଣସି ହାଇସ୍କୁଲର ଛାତ୍ରଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇ ନଥିବା ଜଣାଯାଇଛି ।

Nalco
Leave A Reply