Odisha news

କୋହ୍ଲ ହାଇସ୍କୁଲ ଉପରେ ଶିକ୍ଷା ବିଭାଗର କରୋନା ମାଡ : ୩ଥର ପରେ ୪ର୍ଥ ତଦନ୍ତ କାହା ସ୍ୱାର୍ଥରେ

0

ତିହିଡି,୨୩/୦୧: ତିହିଡି ବ୍ଲକ ଅଧିନ କୋହ୍ଲ ହାଇସ୍କୁଲରେ ଆର୍ଥିକ ଅନିୟମିତତା ହୋଇଥିବା ଗତ କିଛି ବର୍ଷ ହେଲା ଅଭିଯୋଗ ହୋଇ ଆସୁଛି । ଏହି ଅଭିଯୋଗର ୩ଥର ତଦନ୍ତ କରାଯାଇଥିବା ବେଳେ ଆସନ୍ତା ୨୫ ତାରିଖରେ ୪ର୍ଥ ଥର ଲାଗି ତଦନ୍ତ କରାଯିବ । ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ)ଙ୍କ ନିଦେ୍ର୍ଦଶ ଅନୁସାରେ ଚାନ୍ଦବାଲି ବିିଇଓଙ୍କୁ ତଦନ୍ତ ଲାଗି ନିଦେ୍ର୍ଦଶ ଦିଆଯାଇଛି । ଯାହା ହାଇସ୍କୁଲ ଉପରେ ଶିକ୍ଷା ବିଭାଗର କରୋନା ମାଡ ସଦୃଶ ହୋଇଛି । ସ୍କୁଲରେ ବାରମ୍ବାର ତଦନ୍ତ କରାଯିବା ଘଟଣାକୁ ସ୍କୁଲ ପରିଚାଳନା ବିକାଶ କମିଟି(ଏସ୍ଏମ୍ଡିସି)ର ସଦସ୍ୟ ଓ ଅଭିଭାବକ ମାନେ ନାପସନ୍ଦ କରିଛନ୍ତି । ବାରମ୍ବାର ତଦନ୍ତ ଦ୍ୱାରା ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ମାନସିକ ନିର୍ଯାତନା ଭୋଗୁଥିବା ବେଳେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ସେମାନେ ଦର୍ଶାଇଛନ୍ତି । ସ୍କୁଲର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଥିବା ସେମାନେ ଦର୍ଶାଇବା ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି । ଆସନ୍ତା ମାଟ୍ରିକ ପରୀକ୍ଷା ଲାଗି ୧୦୦ଦିନର ଶିକ୍ଷାଦାନ ଚାଲୁ ରହିଛି । ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଦୈନିକ ସ୍କୁଲରେ ଉପସ୍ଥିତ ରହି ଶିକ୍ଷାଦାନ କରୁଛନ୍ତି । ଏପରି ସମୟରେ ତଦନ୍ତ କରାଯିବା ଶିକ୍ଷାଦାନକୁ ପ୍ରଭାବିତ କରିବାର ଆଶଙ୍କା ଉପୁଜିଛି । ସ୍ୱୁଲରେ ଅନିୟମିତତା ଉପରେ ପୂର୍ବରୁ ହୋଇଥିବା ଅଭିଯୋଗ କ୍ରମେ ଏଡିଇଓଙ୍କ ଠାରୁ ଆରମ୍ଭ କରି ବନ ବିଭାଗର ଡିଏଫଓଙ୍କ ପର୍ଯ୍ୟନ୍ତ ତଦନ୍ତ କରି ସାରିଛନ୍ତି । ଏପରିକି ୨୫ ତାରିଖରେ ତଦନ୍ତ ପାଇଁ ଆସୁଥିବା ବିିଇଓ ପ୍ରଣୟ ନାୟକ ପୂର୍ବରୁ ମଧ୍ୟ ତଦନ୍ତରେ ଆସିଥିଲେ । ତେବେ ଏହିସବୁ ତଦନ୍ତ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିବାରୁ ସ୍କୁଲରେ କୌଣସି ଅନିୟମିତତା ହୋଇନଥିôବା ପ୍ରମାଣ ମିଳୁଛି । ମଙ୍ଗଳବାର ସ୍କୁଲ ପରିସରରେ ଏସ୍ଏମ୍ଡିସିର ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିକ୍ଷାବିତ ନୃସିଂହ ଚରଣ ମହାପାତ୍ର, ଜ୍ଞାନପ୍ରକାଶ ମାହୁନ୍ତ, ବିଚିତ୍ର ବାରିକ, ଶଶିକାନ୍ତ ସାହୁ ପ୍ରମୁଖଙ୍କ ସମେତ ଶିକ୍ଷକ ରମେଶ ସାହୁ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଏବଂ ଗିରିଜା ଦାସ ଉପସ୍ଥିତ ଥିଲେ । ପୂର୍ବରୁ ହୋଇଥିବା ତଦନ୍ତର କୌଣସି ରିପୋର୍ଟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରାଯାଇନାହିଁ । ଏଥିରୁ ସ୍କୁଲରେ କୌଣସି ଅନିୟମିତତା ହୋଇନଥିବାର ସ୍ୱଷ୍ଟ ପ୍ରମାଣ ମିଳୁଛି । ତେବେ ୪ର୍ଥ ତଦନ୍ତ କାହା ସ୍ୱାର୍ଥରେ କରାଯାଉଛି ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ । ସ୍କୁଲରୁ ଅବସର ନେଇଥିବା ଜଣେ କର୍ମଚାରୀଙ୍କ ସ୍ୱାର୍ଥ ପୂରଣ ନ ହେବାରୁ ସେ ବିଭିନ୍ନ ଲୋକଙ୍କ ମାଧ୍ୟମରେ ସ୍କୁୁଲରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସଦସ୍ୟମାନେ ଦର୍ଶାଇଥିଲେ । ତଦନ୍ତ ବେଳେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ଶିକ୍ଷା ବିଭାଗ ଏଥିପାଇର୍ ଦାୟୀ ରହିବ ବୋଲି ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।

Leave A Reply