ତିହିଡି,୧୦/୦୨(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ନିର୍ବାଚନମଣ୍ଡଳୀର ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଞ୍ଚାୟତରେ ବୁଧବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରାଯାଇଛି । କମାରିଆ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର, ସନ୍ଥପୁରା ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଓ କମୁ୍ୟନିଟି ସେଣ୍ଟରର ଉଦଘାଟନ କରାଯାଇଥିଲା । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଉଦଘାଟନ କରିଥିଲେ । ପରେ ବିଧାୟକ ରାଉତରାୟ ମଙ୍ଗଳପୁର ଗ୍ରାମରେ ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥବବା ରାଜବନ୍ଧ ନାଳ ଉନ୍ନତିକରଣର ଶିଳାନ୍ୟାସ କରିଥିଲେ । ଏହି ଉପଲକ୍ଷେ ମଙ୍ଗଳପୁର ଗ୍ରାମର ମା’ ମଙ୍ଗଳା ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ବରିଷ୍ଠ ନେତା ମହେଶ୍ୱର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ବିଧାୟକଙ୍କ ପ୍ରତିନିଧି ବିଜୟ ନାୟକ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ରାଉତରାୟ ଯୋଗଦେଇ ନିର୍ବାଚନମଣ୍ଡଳୀ ଅଧିନ ତିହିଡି ବ୍ଳକର ବିଭିନ୍ନ ପଞ୍ଚାୟତର ବିକାଶର ଧାରା ଅବ୍ୟାହତ ଥିବା ବେଳେ ଚାଷୀ ଓ ଚାଷର ଉନ୍ନତି ଲାଗି ଗୁରୁତ୍ୱ ଦିଆଯାଇଥିବା କହିଥିଲେ । ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ଯୋଗ ଦେଇ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବାରେ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ରୀତାଞ୍ଜଳି ପାତ୍ର ଓ ଚିନ୍ତାମଣୀ ଦାସ, ଏମପିଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ବ୍ଲକ ସଭାପତି ରଘୁନାଥ ପଣ୍ଡା, ପ୍ରାକ୍ତନ ସାଂସଦଙ୍କ ପ୍ରତିନିଧି ସୁରେନ୍ଦ୍ର ନାୟକ, ସରପଞ୍ଚ ବୈକୁଣ୍ଠ ପାଣି ଓ କୀର୍ତ୍ତନ ରାଉତ, ଯୁବ ବିଜେଡି ସଭାପତି ଉତ୍ତମ ମହାପାତ୍ର, ଯୁବନେତା ପ୍ରବୀର ନାୟକ, ଯୋଗ ଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନ କାମ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଯୁବ ସଂପାଦକ ଆଲୋକ ମଲ୍ଲିକ ଅତିଥି ପରିଚୟ ଦେଇଥିଲେ । ସରପଞ୍ଚ ବିପିନ ବେହେରା, ସରପଞ୍ଚଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ସମିତିସଭ୍ୟ ସଂଗ୍ରାମ ଦାସ, ପ୍ରାକ୍ତନ ସରପଞ୍ଚ ବିଷ୍ଣୁ କୁଅଁର, ସୁରେନ୍ଦ୍ର ନାୟକ, ଉମାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଯୁବନେତା ପ୍ରଦୀପ ଦାସ, ରାଜେନ୍ଦ୍ର ବଳ, ସଞ୍ଜୟ ମହାନ୍ତି, ଦେବାଶିଷ ମହାଳିକ, ଶେଖ ଅବଦୁଲ କାଲାମ, ବିପିନ ଦାସ, ହରିହର ମଳିକ, ବିଦ୍ୟାଧର ମହାଳିକ, ଅକ୍ଷୟ ସେଠୀ, ଦୀନବନ୍ଧୁ ମଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.