Odisha news

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ପାଳନ

ଠାକୁରମୁଣ୍ଡା -10/2 :  ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଠାକୁରମୁଣ୍ଡା ପକ୍ଷରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରିଜର୍ଭ ବ୍ୟାଙ୍କ ଲୋକପାଳ ବିଶ୍ୱଜିତ ଷଡ଼ଙ୍ଗୀ ଯୋଗ ଦେଇ ଶିକ୍ଷା ଓ  ଆର୍ଥିକ ସାକ୍ଷରତା ଅଲଗା ଜିନିଷ ବୋଲି ମତ ରଖିଥିଲେ l  ଅନେକ ଶିକ୍ଷିତ ଲୋକ ଆର୍ଥିକ ସାକ୍ଷରତା ଓ ସଚେତନତା ଅଭାବରୁ କିପରି ଆର୍ଥିକ ଠକେଇର ଶିକାର ହେଉଛନ୍ତି ତାର ଉଦାହରଣ ରଖିଥିଲେ l ଠାକୁରମୁଣ୍ଡା ଏକ ଛୋଟ ଓ ଅନଗ୍ରସର ଅଂଚଳ ହୋଇଥିବା ସତ୍ୱେ ଲୋକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଜ୍ଞାନ ଉନ୍ନତ ଥିବା ଆଲୋଚନା ବେଳେ କହିଥିଲେ l ତେବେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କୌଣସି ଅସୁବିଧା ଉପୁଜିଲେ ପ୍ରଥମେ ବ୍ୟାଙ୍କ ଏବଂ ସମାଧାନ ନହେଲେ ବ୍ୟାଙ୍କିଙ୍ଗ ଲୋକପାଳ ନିକଟରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ l ରିଜର୍ଭ ବ୍ୟାଙ୍କର ପ୍ରତିନିଧି ନିର୍ମଳ ପଟ୍ଟନାୟକ ଓ ସନ୍ତୋଷ ବେହେରା ଜମା, ଋଣ, ବୀମା, ପେନସନ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ରଖିଥିଲେ l ଆଗାମୀ ଦିନରେ ସତର୍କ ହେଲେ ସାଇବର ଠକେଇରୁ କିପରି ବର୍ତ୍ତିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଏଲଡିଏମ ଦିଲ୍ଲୀପ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କର ବିଶ୍ୱାସ ଭାଜନ ହେବା ପାଇଁ ଏସଏଚଜି ତଥା ଗ୍ରାହକଙ୍କୁ ପରାମର୍ଶ ଦେଇଥିଲେ l ସ୍ଥାନୀୟ ପ୍ରମିଳା ହୋଟେଲରେ ଆୟୋଜିତ ସାକ୍ଷରତା କାର୍ଯ୍ୟକ୍ରମକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ୟାଙ୍କ ପରିଚାଳକ ବୀରେନ୍ଦ୍ର କୁମାର ଦାସ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ l।
IEC 2 years

Comments are closed.