Odisha news

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ପାଳନ

ଠାକୁରମୁଣ୍ଡା -10/2 :  ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଠାକୁରମୁଣ୍ଡା ପକ୍ଷରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରିଜର୍ଭ ବ୍ୟାଙ୍କ ଲୋକପାଳ ବିଶ୍ୱଜିତ ଷଡ଼ଙ୍ଗୀ ଯୋଗ ଦେଇ ଶିକ୍ଷା ଓ  ଆର୍ଥିକ ସାକ୍ଷରତା ଅଲଗା ଜିନିଷ ବୋଲି ମତ ରଖିଥିଲେ l  ଅନେକ ଶିକ୍ଷିତ ଲୋକ ଆର୍ଥିକ ସାକ୍ଷରତା ଓ ସଚେତନତା ଅଭାବରୁ କିପରି ଆର୍ଥିକ ଠକେଇର ଶିକାର ହେଉଛନ୍ତି ତାର ଉଦାହରଣ ରଖିଥିଲେ l ଠାକୁରମୁଣ୍ଡା ଏକ ଛୋଟ ଓ ଅନଗ୍ରସର ଅଂଚଳ ହୋଇଥିବା ସତ୍ୱେ ଲୋକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଜ୍ଞାନ ଉନ୍ନତ ଥିବା ଆଲୋଚନା ବେଳେ କହିଥିଲେ l ତେବେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କୌଣସି ଅସୁବିଧା ଉପୁଜିଲେ ପ୍ରଥମେ ବ୍ୟାଙ୍କ ଏବଂ ସମାଧାନ ନହେଲେ ବ୍ୟାଙ୍କିଙ୍ଗ ଲୋକପାଳ ନିକଟରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ l ରିଜର୍ଭ ବ୍ୟାଙ୍କର ପ୍ରତିନିଧି ନିର୍ମଳ ପଟ୍ଟନାୟକ ଓ ସନ୍ତୋଷ ବେହେରା ଜମା, ଋଣ, ବୀମା, ପେନସନ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ରଖିଥିଲେ l ଆଗାମୀ ଦିନରେ ସତର୍କ ହେଲେ ସାଇବର ଠକେଇରୁ କିପରି ବର୍ତ୍ତିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଏଲଡିଏମ ଦିଲ୍ଲୀପ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କର ବିଶ୍ୱାସ ଭାଜନ ହେବା ପାଇଁ ଏସଏଚଜି ତଥା ଗ୍ରାହକଙ୍କୁ ପରାମର୍ଶ ଦେଇଥିଲେ l ସ୍ଥାନୀୟ ପ୍ରମିଳା ହୋଟେଲରେ ଆୟୋଜିତ ସାକ୍ଷରତା କାର୍ଯ୍ୟକ୍ରମକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ୟାଙ୍କ ପରିଚାଳକ ବୀରେନ୍ଦ୍ର କୁମାର ଦାସ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ l।

Comments are closed.