Odisha news

ଜଳିଗଲା ୬ ବଖରା, ୨ ପରିବାର ସର୍ବସ୍ୱାନ୍ତ

0

ତିହିଡି : ଭଦ୍ରକ ଜିଲ୍ଲା ଅଧିନ ତିହିଡି ତହସିଲ ଅଧିନ ତାଳପଦା ଗ୍ରାମରେ ଆଜି ପୂର୍ବାହ୍ଣରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି  । ଗ୍ରାମର ରବିନ୍ଦ୍ର ସାହୁ ଓ ନାରାୟଣ ସାହୁ ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି  । ରବିନ୍ଦ୍ର ତାଙ୍କ ଝିଅ ବାହାଘର ଲାଗି ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ସମେତ ଉଭୟ ପରିବାରର ସମସ୍ତ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି  । ବିଦୁ୍ୟତ ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି  । ଖବରପାଇ ତିହିଡିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇପାରିନଥିଲେ  । ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, ସରପଞ୍ଚ ପ୍ରମୋଦ ବେହେରା ବିପନ୍ନ ପରିବାରଙ୍କୁ ସ୍କୁଲରେ ଥଇଥାନ କରିବା ସହ ସେମାନଙ୍କର ସମସ୍ତ ବନେ୍ଦାବସ୍ତ କରିଛନ୍ତି  । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି  । ଉଭୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି  ।

Leave A Reply