ତିହିଡି (Jadumani Panigrahi) : କାଳଜୟୀ ସଙ୍ଗୀତ ‘ବନେ୍ଦ ଉକ୍ରଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସଙ୍ଗୀତ ଓଡିଶାର ସବୁଠାରୁ ମଧ୍ୁର ସଙ୍ଗୀତ । ଏହି ସଙ୍ଗୀତରେ ଭରି ରହିଛି ପ୍ରାଣ ପ୍ରାଚୁର୍ଯ୍ୟ । ତାଙ୍କର ଜୀବନ ସଙ୍ଗୀତରେ କାରୁଣ୍ୟ ସହିତ ଜୀବନ ଦର୍ଶନ ଭରି ରହିଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ତାଳପଦା ଗାଁରେ ଆଜି କାନ୍ତକବିଙ୍କ ୧୩୩ତମ ଜୟନ୍ତୀ ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦଘାଟକ ଭାବେ ଯୋଗଦେଇ କାନ୍ତକବିଙ୍କ ସମାଧି ପୀଠକୁ ଉଦଘାଟନ କରିଥିଲେ । କାନ୍ତକବିଙ୍କ ସ୍ମୃତି ମନ୍ଦିର ସ୍ଥିତ କାନ୍ତକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଅତିଥିମାନେ କବିଙ୍କ ସମାଧି ପୀଠରେ ପହଞ୍ଚିଥିଲେ । ସେଠାରେ ସେମାନେ ସମାଧିପୀଠରେ ମାଲ୍ୟାର୍ପଣ କରି ଥିବା ବେଳେ କାନ୍ତ ସଙ୍ଗୀତ ପରିବେଷଣ କରାଯାଇଥିଲା ।
ପରେ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଭ୍ୟ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରଦୀପ ଜାଳି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ସମ୍ମାନୀତ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଞ୍ଜିବ ମଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପ୍ରାକ୍ତନ ସଂସ୍କୃତି ବିଭାଗ ନିଦେ୍ର୍ଦଶକ ବିଜୟ ନାୟକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅରୁଣ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ସାହିତ୍ୟ ଏକାଡେମୀ ସଭ୍ୟ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ, ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ, ନାଟ୍ୟକାର ସୁଧାକର ନନ୍ଦ, ଅଧ୍ୟାପକ ନିହାର ରଞ୍ଜନ କର, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣୀ ଦାସ ଓ କାନ୍ତ ସାହିତ୍ୟ ପରିଷଦ ଆବାହକ ବାଣୀକଲ୍ୟାଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ସରପଞ୍ଚ ପ୍ରଦୀପ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାକ୍ତନ ସମିତିସଭ୍ୟ ହରିଶ୍ଚନ୍ଦ୍ର ମିଶ୍ର, ଆଶିଷ ଶୁକ୍ଳ, ରାକେଶ ମହାପାତ୍ର, ବିଶ୍ୱରଞ୍ଜନ ମହାପାତ୍ର ଓ ଚକ୍ରଧର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଅଭୟ ସୂତାରଙ୍କ ରଚିତ ପୁସ୍ତକ ଲୋକାର୍ପିତ ହୋଇଥିଲା ।