ତିହିଡି,୦୭/୧୨(Jadumani Panigrahi) : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡି ବ୍ଲକ କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ବଣ୍ଟନ କରାଯାଇଛି । ୧୧ଜଣଙ୍କୁ ଟ୍ରାଇ ସାଇକେଲ, ୩ ଜଣଙ୍କୁ ଆଶା ବାଡି, ୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ଏବଂ ୫ ଜଣ ଦିବ୍ୟାଙ୍ଗଙ୍କୁ ବସ୍ ପାସ୍ ବଣ୍ଟନ କରାଯାଇଥିଲା । ବିଡିଓ ବସନ୍ତ କୁମାର ସାହାଣୀ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ଏହି ଉପକରଣ ବଣ୍ଟନ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବନମାଳୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନମସ୍ୟା ନାୟକ, ରାଜ କୁମାର ଶତପଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।