Odisha news

ବରିଷ୍ଠ ନାଗରିକଙ୍କୁ ଭଗବତ୍ ଗୀତା ବଣ୍ଟନ

0

ତିହିଡି,୦୪/୧୨(jadumani Panigrahi) : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡି ବ୍ଲକ ଅଧିନ ବୋଡକ ପଞ୍ଚାୟତର ନୃସିଂହନାଥ ମନ୍ଦିର ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ଭଗବତ୍ ଗୀତା ବଣ୍ଟନ କରାଯାଇଛି । ବୋଡକ ଓ ଗୁଆମାଳ ପଞ୍ଚାୟତର ଯୁବ ସମାଜସେବୀଙ୍କ ଦ୍ୱରା ବୋଡକ ପଞ୍ଚାୟତର ଶତାଧିକ ବରିଷ୍ଠ ନାଗରିକଙ୍କୁ ଏହା ବଣ୍ଟନ କରାଯାଇଥିଳା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗଉଡୁଣିପୋଖରୀ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ସନାତନ ଜେନା ଯୋଗଦେଇ ଗୀତାପାଠ ଦ୍ୱରା ମଣିଷ ଈଶ୍ୱରୀୟ ଚେତନାର ଅନୁଗାମୀ ହୋଇଥାଏ ବୋଲି ମତ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଭରତ ଚନ୍ଦ୍ର ସାହୁ ଯୋଗଦେଇଥିଲେ । ଇଂ ରଞ୍ଜନ ଜେନା, ସୁଶାନ୍ତ ନାୟକ, ଗୁଆମାଳ ଯୁବସଂସଦ ସଂପାଦକ ନିଳାଦ୍ରୀ ପାଢୀ, ଡମ୍ବରୁଧର ଜେନା, ତପନ ଦଳେଇ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply