ବନ୍ୟା ପ୍ଲାବିତ ଅଞ୍ଚଳକୁ ବନ୍ୟାଞ୍ଚଳ ଘୋଷଣା ଦାବିରେ : ସିପିଆଇ ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବ୍ଲକ ପରିସରରେ ବିକ୍ଷୋଭ ପ୍ରଦର୍ଶନ
ତିହିଡି, (Jadumani Panigrahi): ସିପିଆଇ ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ୯ ଦଫା ଦାବିରେ ତିହିଡି ବ୍ଲକ ପରିସରରେ ବୁଧବାର ପୂର୍ବାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ମାଡରେ ଲୋକେ କାତରା ହୋଇଥିବା ବେଳେ ସରକାରଙ୍କ ସହାୟତା ସମୂଦ୍ରକୁ ଶଙ୍ଖେ ପରି କୁହାଯାଇଛି । ଗତ ବାତ୍ୟାରେ କେତେକ ବିପନ୍ନ ଗୃହଶୂନ୍ୟ ହୋଇଥିଲେ ମଧ୍ୟ ଏଯାଏଁ ସରକାରୀ ସହାୟତା ମିଳିଲା ନାହିଁ ।
ସେହିପରି ଚଳିତ ବନ୍ୟାରେ ଯେଉଁସବୁ ପଞ୍ଚାୟତ ଜଳମଗ୍ନ ରହିଥିଲା ସେଗୁଡିକୁ ଉପଯୁକ୍ତ ତଦନ୍ତ କରାନଯାଇ ରାଜନୈତିକ ଅଭିସନ୍ଧି ରଖାଯାଇ ରିଲିଫ୍ ପ୍ରଦାନ କରାଗଲା । ଏପରିକି ରାଜନଗର ଓ ଜାମଯୋଡି ପଞ୍ଚାୟତର ବ୍ୟାପକ କ୍ଷତି ହୋଇଥିବା ବେଳେ ବିପନ୍ନମାନଙ୍କୁ ରିଲିଫ୍ ପ୍ରଦାନ କରାଗଲା ନାହିଁ । ଅଥଚ ନରେନ୍ଦ୍ରପୁର ପଞ୍ଚାୟତର କେତେକ ଗାଁକୁ ଜଳମଗ୍ନ ଦର୍ଶାଯାଇ ରିଲିଫ୍ ପ୍ରଦାନ କରାଯାଇଥିବା କୁହାଯାଇଛି ।
ସେହିପରି ବାମନବିନ୍ଧା, ହରସିଂପୁର ଓ ଦୌଲତପୁର ପଞ୍ଚାୟତର କେତେକ ମୌଜାର ବିପନ୍ନଙ୍କୁ ରିଲିଫ୍ରୁ ପ୍ରଦାନରୁ ବଞ୍ଚôତ କରାଯାଇଛି । ବେକାର ଯୁବକ ଓ ପ୍ରବାସୀମାନଙ୍କୁ କାମ ଯୋଗାଇ ଦେବା, ଗରିବ ଶ୍ରେଣୀର ପିଲାଙ୍କୁ ଅନ୍ଲାଇନ୍ ପାଠପଢା ପାଇଁ ମୋବାଇଲ୍ ଯୋଗାଇ ଦେବାକୁ ଦାବି କରାଯାଇଛି । ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ସବୁ ପ୍ରକାର ଫିସ୍ ଛାଡ କରିବା, ଖୋଲା ସ୍ଥାନରେ କୋଭିଡ କଟକଣା ମଧ୍ୟରେ ପାଠ ପଢା ଆରମ୍ଭ କରିବା, ·ଷୀ, ବେକାରୀ ଓ ଛୋଟଛୋଟ ବ୍ୟବସାୟୀଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବା, ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ସମସ୍ତ ବନ୍ୟା ପ୍ଲାବିତ ଅଞ୍ଚଳକୁ ବନ୍ୟାଞ୍ଚଳ ଘୋଷଣା କରିବାକୁ ଦାବି କରାଯାଇଛି ।
କୃଷି ଋଣ ଛାଡ କରିବା ସହିତ ବିଭିନ୍ନ ଘରୋଇ ବ୍ୟାଙ୍କରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ନେଇଥିବା ଋଣ ଛାଡ କରିବାକୁ ଦାବି କରାଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସିପିଆଇ ଆଞ୍ଚଳିକ କମିଟିର ସମ୍ପାଦକ ସନ୍ଥଚରଣ ବିଶ୍ୱାଳ, ଅଖିଳ ଭାରତ କୃଷକ ସଭାର ସମ୍ପାଦକ ବିମ୍ବାଧର ବାରିକ, ରବିନ୍ଦ୍ର ବାରିକ, ଦାମୋଦର ସେନାପତି, କଳ୍ପତରୁ ସେଠୀ, ଗୟାଧର ଦାସ, ଶ୍ୟାମସୁନ୍ଦର ଦାସ, ଶଙ୍କର୍ଷଣ ସେଠୀ, ସୁରେନ୍ଦ୍ର ରାଉତ, ସୁରେନ୍ଦ୍ର ବେହେରା, ଯୁଧିଷ୍ଟିର ପାଣିଗ୍ରାହୀ, ପିତାମ୍ବର ବାରିକ, ପ୍ରଫୁଲ ନାୟକ, ନରେନ୍ଦ୍ର ତ୍ରିପାଠୀ, ସୁକାନ୍ତ ସେଠୀ ପ୍ରମୁଖ ଯୋଗଦେଇ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ବିଡିଓ ଗୁଲ ଫିର୍ଦୋସଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ ।
