Odisha news

ଟାଇଗର ସରଫଙ୍କ ଜଣେ ଫ୍ୟାନ ତାଙ୍କୁ ବାହାଘର ପାଇଁ ପ୍ରପୋଷେ କଲା , ଜବାବରେ ଏ ଭଳି ଉତ୍ତର ମିଳିଲା

0

ଟାଇଗର ସରଫ ଗୋଟେ ଫିଲ୍ମ ପରିବାରରୁ ଆସିଥିଲେ ମଧ୍ୟ ତାଙ୍କ ପରିଶ୍ରମ ତାଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇଛି l ଯାହାର ଫଳ ସ୍ୱରୂପ ତାଙ୍କ ଫ୍ୟାନ ଓ ଫଳଲୋଏର୍ସ ଲକ୍ଷ ଲକ୍ଷ ସଂଖ୍ୟାରେ ଅଛନ୍ତି l

ଟାଇଗର ସରଫ ତାଙ୍କ ଫିଲ୍ମରେ ସବୁବେଳେ ଆକ୍ସନ ମୂଡ଼ରେ ରହୁଥିବେଳେ ଅସଲରେ ଜୀବନରେ ସେ ବହୁତ ଲାଜକୁଳା ଅଟନ୍ତି l ଟାଇଗର ସରଫ ତାଙ୍କ ଫିଲ୍ମକୁ ସଫଳ ଓ ଫ୍ୟାନ୍ସଙ୍କ ମନୋରଞ୍ଜନ ପାଇଁ ଯେତିକି ପରିଶ୍ରମ କରନ୍ତି ସେତିକି ପରିଶ୍ରମ ମଧ୍ୟ ତାଙ୍କ ସୋସିଆଲ ମିଡ଼ିଆ ଓ ଇନ୍ଷ୍ଟଗ୍ରାମରେ କରନ୍ତି l ଫ୍ୟାନ୍ସଙ୍କ ପ୍ରତି ଉତ୍ତରର ଜବାବ ମଧ୍ୟ ଦିୟନ୍ତି l ଏହାହେଉଛି ତାଙ୍କ ଫ୍ୟାନ୍ସଙ୍କ ପାଇଁ ଗୋଟେ ବଡ ଉପହାର l

ଇନ୍ଷ୍ଟଗ୍ରାମର ଜଣେ UK ଫ୍ୟାନ ତାଙ୍କୁ ବାହାଘରପାଇଁ ପ୍ରପୋଜ କଲେ ତାର ପ୍ରତି ଉତ୍ତରରେ ଟାଇଗର ସରଫ କହିଲେ ଆଉ କିଛି ବର୍ଷପରେ ମୁ ଆପଣଙ୍କୁ ସପୋର୍ଟ ଦେବାପାଇଁ ଯୋଗ୍ୟ ହୋଇଯାଇଥିବି ସେତିକିଦିନ ପର୍ଯ୍ୟନ୍ତ ରୋଜଗାର କିପରି କରନ୍ତି ମତେ ଆହୁରି ଶିଖିବାକୁ ଅଛି l ଆମେ ଏଠାରେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଟାଇଗର ସରଫ ବହୁତ ଦିନରୁ ବଲିଉଡ୍ ଆକ୍ଟ୍ରେସ ଦିଶା ପଟନୀଙ୍କ ସମ୍ପର୍କ ରେ ଅଛନ୍ତି l

Leave A Reply