ନୂଆଦିଲ୍ଲୀ : ଆମେରିକାର ଫ୍ଲୋରିଡା ର ମୀୟାମୀ ଡେଡ୍ କାଉଣ୍ଟି ପବ୍ଲିକ ସ୍କୁଲ ର ଅଟେ । ଯେଉଁଠାରେ ଜଣେ ୩୧ ବର୍ଷୀୟା ଡ୍ରାମା ଟିଚର୍ ବ୍ରିଟନୀ ଲୋପେଜ୍ କାମ କରୁଥିଲେ । ମିଳିଥିବା ସୂଚନା ଅନୁସାରେ ଉକ୍ତ ଶିକ୍ଷୟତ୍ରୀ ଗୋଟିଏ ନାବାଳକ ସହିତ ଯୌନ ସମ୍ବନ୍ଧ ରଖି ତାର ଉଲଗ୍ନ ଫଟୋ ଉଠାଉ ଥିଲେ ଓ ପିଲାଟି ସହିତ ସେହି ଫଟୋ କୁ ଫୋନ୍ ରେ ସେୟାର କରୁଥିଲେ । ଉକ୍ତ ଶିକ୍ଷୟତ୍ରୀ ଜଣଙ୍କ ପିଲା ଟି ର କ୍ଲାସ ରେ ଡ୍ରାମା ସିଖାଉ ଥିଲେ , ଯେଉଁ କାରଣରୁ ସେ ନିଜ ଜାଲରେ ତାକୁ ଫସାଇବାକୁ ସଫଳ ହୋଇଛନ୍ତି ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ତାର ପିତା ପୁଅର ଫୋନ୍ ଦେଖି ଥିଲେ ଓ ସମସ୍ତ ଘଟଣା ବିଷୟରେ ଜାଣି ଥିଲେ । ଏହାପରେ ସେ ନିଜର ପୁଅର ସ୍କୁଲ୍ ରେ ଯାଇ ପହଞ୍ଚି ସମସ୍ତ ଘଟଣା ବିଷୟରେ କହିଲେ । ତା ପରେ ସ୍କୁଲ କର୍ତ୍ତୃପକ୍ଷ ଉକ୍ତ ଶିକ୍ଷୟତ୍ରୀ ଙ୍କୁ ଚାକିରିରୁ ବରଖାସ୍ତ କରି ସମସ୍ତ ସେବା ରୁ ନିବୃତ କରିଥିଲେ ।
ସୂଚନା ଯୋଗ୍ୟ ଯେ ଫ୍ଲୋରିଡା ରେ ନିଜସ୍ଵ ସହମତି ଦ୍ଵାରା ୧୮ ବର୍ଷ ବୟସରେ ଯାହା ସହିତ ଚାହିଁଲେ ଯୌନ ସମ୍ବନ୍ଧ ରଖି ହେବ । କିନ୍ତୁ ଯେହେତୁ ଏହା ଏକ ୧୪ ବର୍ଷ ବୟସର ବାଳକ ର ଘଟଣା ତେଣୁ ଶିକ୍ଷୟତ୍ରୀ ଙ୍କୁ ଯୌନ ଉତ୍ପୀଡନ ମାମଲା ରେ ଗିରଫ କରାଗଲା ।
Comments are closed.