Odisha news

ଘରେ ବସି ପାଆନ୍ତୁ ମାତ୍ର ୨୦ ସେକେଣ୍ଡ ରେ କୋଭିଡ୍ ରିପୋର୍ଟ୍

ନୂଆଦିଲ୍ଲୀ : ପ୍ରୟଗରାଜ୍ ର ମୋତି ଲାଲ୍ ନେହେରୁ ପ୍ରଦ୍ୟୋଗିକ ସଂସ୍ଥାନ ର ବୈଜ୍ଞାନିକ ମାନେ ଗୋଟିଏ ଏପରି ମେସିନ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି , ଯାହାଦ୍ଵାରା ଆପଣ ଘରେ ବସି ମାତ୍ର ୨୦ ସେକେଣ୍ଡ ରେ କୋଭିଡ୍ ପରୀକ୍ଷାର ରିପୋର୍ଟ ପାଇ ପାରିବେ । ଏଥିପାଇଁ ମାତ୍ର ୧୦୦ ଟଙ୍କା ଦେବାକୁ ପଡିବ । ଏହାକୁ ନେଇ MNIT ର ବୈଜ୍ଞାନିକ କାର୍ଯ୍ୟରେ ଲାଗି ଯାଇଛନ୍ତି ।
ଏହି ଉଚ୍ଚ ମାନର ମେସିନ୍ କୁ ପ୍ରସ୍ତୁତ କରିବା ପାଇଁ ବିଜ୍ଞାନ ଓ ଡିଏଷ୍ଟି ବିଭାଗ ପକ୍ଷରୁ ୫୨ ଲକ୍ଷ ଟଙ୍କା ମଞ୍ଜୁରୀ ପ୍ରଦାନ କରାଯାଇଛି ।
ଏହି ମେସିନ୍ ଏକ୍ସ ରେ ସ୍କାନର ଭାବରେ କରୋନା ସଂକ୍ରମିତ ରୋଗୀଙ୍କୁ ଠାବ କରିବ । ମେସିନ୍ ଟି ରୋଗୀର ଫୁସ୍ ଫୁସ୍ କୁ ସ୍କାନ ମଧ୍ୟ କରିବ । ଏହି ସମସ୍ତ ଜିନିସ କୁ ମେସିନ୍ ସ୍କାନ କରିବା ପାଇଁ ମାତ୍ର ୨୦ ସେକେଣ୍ଡ ସମୟ ଲାଗିବ । ସମସ୍ତ ପରୀକ୍ଷା ପାଇଁ ମାତ୍ର ୧୦୦ ଟଙ୍କା ଦେବାକୁ ପଡିବ । ଏହି ମେସିନ୍ ଟି ଏତେ ଛୋଟ ଯେ ଆପଣ ଚାହିଁଲେ କୌଣସି ସୁଟ୍ କେଶ୍ ରେ ମଧ୍ୟ ସହଜରେ ନେଇ ପାରିବେ । ଏହି ମେସିନ୍ ଟିକୁ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ ମାନେ ଖୁବ୍ ଦୃତ ଗତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
Shares