Odisha news

ପ୍ରକାଶ ପାଇଲା ଚଳିତବର୍ଷର ମାଟ୍ରିକ ଫଳ ,ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କର ପାସ ହାର ଅଧିକ ରହିଛି

0

ଭୁବନେଶ୍ୱର : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ l ସକାଳ ୯ଟା ସମୟରେ
ପ୍ରକାଶ ପାଇବା ପରିବର୍ତେ ସମ୍ନ୍ୟ ବିଳମ୍ବରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫାଳ l ମାଟ୍ରିକ ପରୀକ୍ଷା ଫଳ ଭିଡିଓ ରିଲିଜ ଜରିଆରେ ପ୍ରକାଶ ପାଇଥିବା ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାଶ l ଚଳିତ ବର୍ଷ ୫,୩୪,୮୪୩ ଜଣ ପରୀକକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ ,ସମୁଦାୟ ୪,୨୧,୨୫୬ ଜଣ ପରୀକକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ,ପାସ ହାର ୭୮.୭୬ ରହିଛି l ଗତବର୍ଷ ପାସ ହାର ୭୨.୩୫ ରହିଥିଲା ,ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ଭଲ ହୋଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି l

ଚଳିତବର୍ଷ ୨,୬୨,୭୩୮ ଜଣ ଝିଅ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୨,୧୫,୩୬୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଝିଅ ମାନଙ୍କର ପାସ ହାର ୮୧.୯୮ ପ୍ରତିଶତ ରହିଛି l ସେହିପରି ଭାବରେ ୨,୪୭,୪୫୧ ଜଣ ପୁଅ ପରୀକ୍ଷା ଦେଇଥିଲେ ସେଥିରୁ ୧,୯୨,୫୦୧ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ପାସ ହାର ୭୭.୦୮ ପ୍ରତିଶତ ରହିଛି l ଗତବର୍ଷ ୧୧୮୦ ଜଣ ପରୀକ୍ଷାର୍ଥୀ ଗ୍ରେଡ଼-୧ ପାଇଥିବା ବେଳେ ଚଳିତ ବର୍ଷ ୧୨୭୯ ଜଣ ପରୀକ୍ଷାର୍ଥୀ ଗ୍ରେଡ଼-୧ ରାହିଛନ୍ତି l ଗତବର୍ଷ ୨୮୯ ଟି ସ୍କୁଲରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଚଳିତ ବର୍ଷ ୬୭୮ ଟି ସ୍କୁଲରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଛି l ଗତବର୍ଷ ୮୨ ଟି ସ୍କୁଲରେ ନିଲ ରେଜଲ୍ଟ ହୋଇଥିବା ବେଳେ ଚଳିତ ବର୍ଷ ୩୧ ଟି ସ୍କୁଲରେ ନିଲ ରେଜଲ୍ଟ ହୋଇଛି l

Leave A Reply