Odisha news

ଆମେରିକା ପାସପୋର୍ଟ ନିୟମ ରୁ ଗାୟବ ହେଲା ଥାର୍ଡ଼ ଜେଣ୍ଡର ଅପ୍ସନ , ବର୍ତମାନ ଦେଖିବାକୁ ମିଳିବ ପୁରୁଷ ନା ନାରୀ ଅପ୍ସନ

0

ଦୀର୍ଘ ଦିନରୁ ଆମେରିକାରେ ଚାଲି ଆସୁଥିବା ଥାର୍ଡ଼ ଜେଣ୍ଡର ବିବାଦ ଉପରେ ଲାଗିଲା ମୋହର, ବର୍ତମାନ ଆଉ ଆମେରିକା ପୋସପୋର୍ଟ ରେ ଥାର୍ଡ଼ ଜେଣ୍ଡର ଅପ୍ସନ
ଦେଖିବାକୁ ମିଳିବ ନାହିଁ, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କର ଏହି ନୀତି ଉପରେ ଆମେରିକା ସୁପ୍ରିମ କୋର୍ଟ ମୋହର ଲଗାଇ ଦେଇଛନ୍ତି l ପାସପୋର୍ଟ ରେ କେବଳ ମେଲ ଓ ଫିମେଲ ବିକଳ୍ପ ମିଳିବ, ସୁପ୍ରିମ କୋର୍ଟ ନିଜର ଏହି ଆଦେଶରେ କହିଛନ୍ତି ଯେ ବର୍ତମାନ ଆମେରିକା ପାସପୋର୍ଟ ରେ ତଥ୍ୟ ଅନୁସାରେ ଲୋକେ ନିଜର ଲିଙ୍ଗ କୁ ସଠିକ ଭାବରେ ବାଛି ପାରିବେ, ଯାହାକି ତାଙ୍କ ଜନ୍ମ ସମୟରେ ନିର୍ଧାରଣ ହୋଇଥିବ ତାହା ହିଁ ପାସପୋର୍ଟ ରେ ରହିବ l କିନ୍ତୁ ଆମେରିକା ର ୩ଟି ଲିବେରାଲ ଜଜ ସୁପ୍ରିମ କୋର୍ଟଙ୍କ ଏହି ଆଦେଶ ରେ ଅସନ୍ତୋଷ ଅଛନ୍ତି l

ଆମେରିକା ସୁପ୍ରିମ କୋର୍ଟଙ୍କ ତଥ୍ୟ ଅନୁସାରେ ଜନ୍ମ ସମୟରେ ବ୍ୟକ୍ତିର ଯେଉଁ ଲିଙ୍ଗ ସ୍ଥିର ହୋଇଥିବ ତାହା ତାର ପାସପୋର୍ଟ ରେ ରହିବ l  ଟ୍ରମ୍ପ ଙ୍କର ଦ୍ଵିତୀୟ କାର୍ଯ୍ୟକାଳ ରେ ଚଳିତ ବର୍ଷ ଜାନୁଆରୀ ମାସରେ ବିଦେଶ ବିଭାଗ କୁ ପାସପୋର୍ଟ ନିୟମ ରେ ପରିବର୍ତ୍ତନ ର ଆଦେଶ ମିଳିଥିଲା l ଟ୍ରମ୍ପଙ୍କ ଆଦେଶ ଅନୁସାରେ ଆମେରିକାରେ ଜନ୍ମିତ ପ୍ରମାଣପତ୍ର ଆଧାରରେ କେବଳ ୨ଟି ଜେଣ୍ଡର ଙ୍କୁ ମାନ୍ୟତା ମିଳିବ l ଆମେରିକା ନ୍ୟାୟ ବିଭାଗ ଏହାକୁ ତଳ କୋର୍ଟ ରୁ ହଟାଇବାର ନିର୍ଦେଶ ଦେଇଥିଲା ଏହାପରେ ଟ୍ରମ୍ପ ପ୍ରଶାସନ ସୁପ୍ରିମ କୋର୍ଟ ର ଦ୍ୱାରସ୍ଥ ହୋଇଥିଲା l

ଏହା ପୂର୍ବରୁ ଆମେରିକା ସେନାରେ  ଭର୍ତି ନେଇ  ଥାର୍ଡ଼ ଜେଣ୍ଡର କୁ କିଛିଟା ପରିବର୍ତ୍ତନ ହୋଇଥିଲା, ଏହାକୁ ନେଇ ଆମେରିକା ସେନା ର ଏକ୍ସ ହ୍ୟାଣ୍ଡେଲ ରେ ତଥ୍ୟ ଦିଆଯାଇ ଥିଲା l ଆମେରିକା ସେନା ବର୍ତମାନ ଆଉ ଟ୍ରାନ୍ସ ଜେଣ୍ଡର ଙ୍କୁ ସେନାରେ ଭର୍ତି ହେବା ପାଇଁ ଅନୁମତି ଦେବନାହିଁ l

Leave A Reply