Odisha news

ଓଭର୍ ଥିଙ୍କିଂ ସାଇଡ ଇଫେକ୍ଟ : ଦୂରେଇବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

0
କଥାରେ ଅଛି ଚିନ୍ତା ମଣିଷ ର ବଡ ଶତ୍ରୁ । କୁହାଯାଏ ଯେ ଚିନ୍ତା ଗ୍ରସ୍ତ ବ୍ୟକ୍ତି ଅନେକ ରୋଗରେ ପୀଡିତ ହୋଇଥାଏ । ଯେତେବେଳେ କୌଣସି ବ୍ୟକ୍ତି ଗୋଟିଏ ଛୋଟ କଥାକୁ ନେଇ ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିଥାଏ ଏହାକୁ ମାନସିକ ରୋଗ ରେ ଗଣନା କରାଯାଇଥାଏ ଓ ଏହାକୁ ହିଁ ଓଭର ଥିଙ୍କିଙ୍ଗ କୁହାଯାଇ ଥାଏ ।
ଚିନ୍ତା କରିବା ମଣିଷ ର ପ୍ରାକୃତିକ ସ୍ଵଭାବ ଅଟେ । ଆମେ କେହି ବି ବିନା କୌଣସି ଚିନ୍ତା ରେ ରହି ପାରିବା ନାହିଁ । ଏହି ଚିନ୍ତା ମଣିଷ ର ଶୋଇବା ଅବସ୍ଥାରେ ମଧ୍ୟ ତାର ମସ୍ତିସ୍କ ରେ ଚାଲିଥାଏ । କିନ୍ତୁ ଯେତେବେଳେ ଏହା ଆବଶ୍ୟକତା ଠାରୁ ଅଧିକ ବଢ଼ି ଯାଇଥାଏ ତେବେ ଏହା ଓଭର ଥିଙ୍କୀଙ୍ଗ ର କାରଣ ହୋଇଥାଏ ।
ଓଭର ଥିଂକିଂ କମାଇବାର ଉପାୟ -:
– ଯେତେବେଳେ ଓଭର ଥୀଙ୍କିଂ ଯେତେବେଳେ ଆବଶ୍ୟକତା ଠାରୁ ଅଧିକ ବଢ଼ି ଯାଇଥାଏ ସେତେବେଳେ ଦୀର୍ଘ ନିଃଶ୍ୱାସ ନେଇ ଚକ୍ଷୁ କୁ ବନ୍ଦ୍ କରି ନିଅନ୍ତୁ । ଧିରେ ଧିରେ ନିଃଶ୍ୱାସ ନିଅନ୍ତୁ ଓ ନିଃଶ୍ୱାସ ଛାଡ଼ନ୍ତୁ । ଦେଖିବେ କିଛି ସମୟ ପରେ ରିଲାକ୍ସ ଲାଗିବ ।
– ସ୍ଵାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଓଭର ଥିକିଂ ପାଇଁ ସବୁଠୁ ଭଲ ଉପାୟ ହେଲା ନିୟମିତ ମେଡିଟେଶନ କରନ୍ତୁ । ମେଡିଟେଶନ ମଣିଷ ମନକୁ ଶାନ୍ତ କରିଥାଏ ଓ ମାନସିକ ଚାପ ଦୂର କରିଥାଏ ।
– ନିୟମିତ ଭାବରେ ଯଦି ମାନସିକ ଚାପ ରେ ପୀଡ଼ିତ ରହୁଛନ୍ତି ତେବେ ପ୍ରତିଦିନ ସକାଳୁ ଉଠି ସକାଳ ଭ୍ରମଣ ରେ ଯାଆନ୍ତୁ । ଏହା ମନକୁ ପରିବର୍ତ୍ତନ କରିବ ।
– ଗବେଷକ ଙ୍କ ମତରେ ଆଧ୍ୟାତ୍ମିକ ବାଦ ହେଉଛି ମାନସିକ ଚାପ କୁ ନିୟନ୍ତ୍ରଣ କରିବାର ବଡ ଉପାୟ । ଯଦି ନିୟମିତ ଆପଣ କିଛି ସମୟ କୌଣସି ଆଧ୍ୟାତ୍ମିକ ପୁସ୍ତକ ପାଠ କରିବାରେ ସମୟ ଅତିବାହିତ କରିବେ ତେବେ ଏହା ତୁମର ମାନସିକ ଚାପ ହ୍ରାସ କରିବ । ଏହାଛଡା ଉଚିତ୍ ମାର୍ଗ ଦେଖାଇବାରେ ସାହାଯ୍ୟ କରିବ ।
– ସଙ୍ଗୀତ ଏଭଳି ଗୋଟିଏ ଜିନିଷ ଯାହାକି ବ୍ୟକ୍ତି ର ମନରେ ଉତ୍ସାହ ଭରିଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯେତେବେଳେ ଅଧିକ ମାନସିକ ଚାପ ରେ ଭାରାକ୍ରାନ୍ତ ହୋଇ ଯାଉଛନ୍ତି ସେତେବେଳେ ସଙ୍ଗୀତ ଓ ନୃତ୍ୟ ର ମାଧ୍ୟମ କୁ ଆପଣାଇବା ଜରୁରୀ । ଏହା ମଣିଷ ମନରେ ସକାରାତ୍ମକ ଶକ୍ତି ଭରିଥାଏ ।
Leave A Reply