Odisha news

ଏପରି ଗୋଟିଏ କାନୁନ୍ ଯାହା ଚମକାଇ ଦେବ : ଚୋରା ମାନଙ୍କର ଭାଗ୍ୟ

ନୂଆଦିଲ୍ଲୀ : କରୋନା ସମୟରେ ଗତ ଦେଢ଼ ବର୍ଷ ସାରା ବିଶ୍ୱପାଇଁ ଗୋଟିଏ ଆହ୍ବାନ ମୂଳକ ସମୟ ହୋଇ ଯାଇଛି , କିନ୍ତୁ ଏହି ସହରକୁ ଅଲଗା ପ୍ରକାର ଅସୁବିଧାରେ ଲଢେଇ କରିବାକୁ ପଡ଼ୁଛି ।ଏହି ସହରର ଗୋଟିଏ ସମସ୍ୟା ଏତେ ଭୟାବହ ରୂପ ଧାରଣ କରି ସାରିଲାଣି ଯେ ଯେଉଁ କାରଣରୁ ସାଧାରଣ ଲୋକଙ୍କ ସହିତ ଦୋକାନ ବଜାରର ଅବସ୍ଥା ମଧ୍ୟ ଖରାପ ହୋଇ ସାରିଲାଣି । ଆମେରିକାର ସେନ ଫ୍ରାନିସ୍କୋ ସହର ନିଜର ଜାକଜମକ  ପାଇଁ ଖୁବ୍ ଜଣାଶୁଣା ଅଟେ ,କିନ୍ତୁ ଗତ କିଛି ଦିନ ହେଲାଣି ଏହି ସହରର ରିଟେଲ ଷ୍ଟୋରରୁ ଚୋରି ଘଟଣା ସମସ୍ୟା ଖୁବ୍ ଦୃତ ଗତିରେ ଦେଖିବାକୁ ମିଳୁଛି । ଗୋଟିଏ ପ୍ରସିଦ୍ଧ ରିଟେଲ ଷ୍ଟୋର ବଲଗ୍ରିନ ଷ୍ଟୋରରୁ ଚୋରି ଘଟଣା ଅଟେ ଅଧିକ ହୋଇ ଗଲାଜେ ଏହି କମ୍ପାନୀ ନିଜର ୧୭ଟି ଷ୍ଟୋର ଏଠାରେ ବନ୍ଦ କଲା ।
 ଏହି ବାଲଗ୍ରିନ ଷ୍ଟୋରର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି  ସାଇକେଲରେ ଆସି ପଲିଥିନ ଭିତରେ ଅନେକ ଗୁଡ଼ିଏ ଜିନିଷ ପୁରାଇ ଚାଲିଯାଉଛି । ଚୋରଟି ଯିବା ସମୟରେ ମଧ୍ୟ କେହି କିଛି କରିପାରୁ ନାହାଁନ୍ତି । କମ୍ପାନୀ ପକ୍ଷରୁ କର୍ମଚାରୀ ମାନଙ୍କୁ କୁହାଯାଇଛି ଯେ ସେମାନେ ଚୋରା ମାନଙ୍କ ନିକଟକୁ ନଯିବା ପାଇଁ । କାରଣ ହୁଏତ ଚୋରା ମାନେ କର୍ମଚାରୀଙ୍କୁ ଆକ୍ରମଣ କରି ପାରନ୍ତି । ଫ୍ରେନ୍ସ ସନିସ୍କୋର ଅବସ୍ଥା ଏତେ ଖରାପ ହୋଇ ଯାଇଛି ଯେ ଯୁବକ ମାନେ ବେରୋଜଗାରି କାରଣରୁ ବଡ ବଡ ଦୋକାନରୁ ଚୋରି କରି ଛୋଟ ଛୋଟ ଦୋକାନରେ ବିକ୍ରି କରୁଛନ୍ତି ।
୧୦୧୪ ରେ କାର୍ଲିଫନିଆରେ ଗୋଟିଏ କାନୁନ୍ ପାସ୍ ହୋଇଥିଲା । ସେହି ନିୟମ ଅନୁସାରେ ୯୫୦ ଡଲାରରୁ କମ୍ ଦରରେ ଜିନିଷ ଚୋରି କରିଥିଲେ ଏହାକୁ ତୁଚ୍ଛ ଅପରାଧ ଶ୍ରେଣୀରେ ରଖାଯିବ ଓ ଗମ୍ଭୀର ଅପରାଧରେ ଗଣାଜିବ ନାହିଁ । ତେଣୁ କାରୋନା ମହାମାରୀ ସମୟରେ ବଢୁଥିବା ବେରୋଜଗାରି କାରଣରୁ ଏହି ଭଳି ଅପରାଧ ଦୃତ ଗତିରେ ବଢ଼ିବାକୁ ଲାଗିଛି ଏବଂ ଏଭଳି ନିୟମ ଯୋଗୁ କମ୍ପାନୀ ଗୁଡ଼ିକ ମଧ୍ୟ ନିସରସ ଲାଭ କରୁଛନ୍ତି।

Comments are closed.